କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା।
କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା।
କେନ୍ଦୁଝର:୨୭/୦୫ (ଖଣ୍ଡାଧାର ନିଉଜ) କାଳବୈଶାଖୀ ବର୍ଷା ପ୍ରଭାବରୁ ପ୍ରବଳ ଗରମରୁ କେନ୍ଦୁଝର ସହର ଓ ଆଖପାଖ ଗ୍ରାମାଞ୍ଚଳର ଲୋକମାନଙ୍କୁ କିଛିଦିନ ପାଇଁ ମିଳିବ ଆଶ୍ବସ୍ତି। ଆଜି ଅପରାହ୍ନ ୪ ଘଟିକାରୁ ୫ଘଟିକା ମଧ୍ଯରେ କେନ୍ଦୁଝର ସହରରେ କାଳବୈଶାଖୀ ବର୍ଷା ସହିତ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳି ମାରିବା ଦେଖିବାକୁ ମିଳିଅଛି। ପବନ ବହିବା କାରଣରୁ ବର୍ଷା ହେବା ସମୟରେ ବିଦ୍ୟୁତ୍ ବିଛିନ୍ନ ରହିଥିବା ବେଳେ କାଳବୈଶାଖୀ ବର୍ଷା କମ୍ ପରିମାଣର ହୋଇଅଛି। ଆଜିର ଦିନତମାମ ତାପମାତ୍ରା ଯୋଗୁଁ ଲୋକମାନଙ୍କୁ ପ୍ରବଳ ଗରମରେ ଅସ୍ତବ୍ୟସ୍ତ କରିପକାଇଥିବା ବେଳେ କାଳବୈଶାଖୀ ଅସରାଏ ବର୍ଷା କାରଣରୁ ଲୋକମାନଙ୍କୁ ଆଶ୍ବସ୍ତି ମିଳିଛି। ଖବର ପ୍ରସାରିତ କରିବା ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ତଥା ଜୀବନହାନୀ ହୋଇଥିବା ସମ୍ପର୍କରେ ସୂଚନା ମିଳିନାହିଁ। ଅପରାହ୍ନ ୫ଟା ପରେ ମଧ୍ଯ ଘଡ଼ଘଡ଼ି ବିଜୁଳି ମାରିବା ସହିତ ଝିପିଝିପି ବର୍ଷା ଲାଗି ରହିଥିଲା। ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁଯାୟୀ ଆଗାମୀ କିଛିଦିନ ରାଜ୍ଯର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା, ଘଡ଼ଘଡ଼ି ବିଜୁଳି ମାରିବା ସମ୍ପର୍କରେ ପୂର୍ବାନୁମାନ କରାଯାଇଛି। ତେଣୁ ଯେକୌଣସି ଦୂରଦୂରାନ୍ତ କୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସମ୍ପର୍କରେ ଅବଗତ ରହିବା ଉଚିତ୍।