ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଏଲଓ ଓ ସୁପରଭାଇଜରମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
ଘସିପୁରା ଓ ଆନନ୍ଦପୁର ନିର୍ବାଚନ ମଣ୍ଡଳୀର ବିଏଲଓ ଓ ସୁପରଭାଇଜରମାନଙ୍କ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ।
କେନ୍ଦୁଝର, ୨୭/୦୫:ସ୍ଥାନୀୟ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ସୁଗମ ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ୨୧-ଘସିପୁରା ଏବଂ ୨୨-ଆନନ୍ଦପୁର ବିଧାନସଭା ମଣ୍ଡଳୀ ଅଧୀନରେ ଥିବା ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ ଏବଂ ସୁପରଭାଇଜରମାନଙ୍କ ପାଇଁ ଏକ ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।ଏହି ପ୍ରଶିକ୍ଷଣ ଶିବିରରେ ଉଭୟ ନିର୍ବାଚନ ମଣ୍ଡଳୀର ବହୁ ସଂଖ୍ୟକ ମହିଳା ଓ ପୁରୁଷ ବିଏଲଓ ଏବଂ ସୁପରଭାଇଜର ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ମୁଖ୍ୟ ପ୍ରଶିକ୍ଷକମାନେ ପ୍ରୋଜେକ୍ଟର ଏବଂ ଡିଜିଟାଲ୍ ସ୍କ୍ରିନ୍ ମାଧ୍ୟମରେ ନିର୍ବାଚନ ସମ୍ବନ୍ଧୀୟ ବିଭିନ୍ନ ବୈଷୟିକ କୌଶଳ, ଭୋଟର ତାଲିକାର ସଂଶୋଧନ ଏବଂ କ୍ଷେତ୍ର ସ୍ତରରେ ଦେଖାଦେଉଥିବା ସମସ୍ୟାର ସମାଧାନ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ। ଆଗାମୀ ଦିନରେ ନିର୍ବାଚନୀ କାର୍ଯ୍ୟକୁ କିପରି ତ୍ରୁଟିଶୂନ୍ୟ ଏବଂ ଦାୟିତ୍ୱବାନ ଭାବେ ସମ୍ପାଦନ କରାଯାଇପାରିବ, ସେ ନେଇ ସମସ୍ତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ଗୁରୁମନ୍ତ୍ର ଦିଆଯାଇଥିଲା। ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀ ଅତି ଗମ୍ଭୀରତାର ସହ ଏହି ତାଲିମ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ନିଜ ନିଜର ସନ୍ଦେହ ଦୂର କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।