logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଭାରତୀୟ ନିର୍ବାଚନ ଆୟୋଗ ନିୟମାନୁଯାୟୀ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଗୁରୁତ୍ୱ; ବିଏଲଓ ଓ ସୁପରଭାଇଜରଙ୍କୁ ତାଲିମ।

ଭାରତୀୟ ନିର୍ବାଚନ ଆୟୋଗ ନିୟମାନୁଯାୟୀ ନିର୍ଭୁଲ ଭୋଟର ତାଲିକା ପ୍ରସ୍ତୁତି ଉପରେ ଅତିରିକ୍ତ ଜିଲ୍ଲାପାଳଙ୍କ ଗୁରୁତ୍ୱ; ବିଏଲଓ ଓ ସୁପରଭାଇଜରଙ୍କୁ ତାଲିମ।

କେନ୍ଦୁଝର,୨୭/୦୫: ଭାରତୀୟ ନିର୍ବାଚନ ଆୟୋଗ ଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ - ୨୦୨୬ ଅଧୀନରେ କେନ୍ଦୁଝର ଜିଲ୍ଲାର ୨୩-ପାଟଣା ବିଧାନସଭା ମଣ୍ଡଳୀ ପାଇଁ ପାଟଣା ବ୍ଲକ ସମ୍ମିଳନୀ କକ୍ଷ ଏବଂ ସାହାରପଡା ବ୍ଲକ ସମ୍ମିଳନୀ କକ୍ଷଠାରେ ସ୍ୱତନ୍ତ୍ର ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ , ଶ୍ରୀ ମନ୍ଦରଧର ମହାଳିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଶିକ୍ଷଣ କେନ୍ଦ୍ର ପରିଦର୍ଶନ କରିବା ସହ ବିଏଲଓ ଏବଂ ସୁପରଭାଇଜରଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବିଷୟରେ ମାର୍ଗଦର୍ଶନ ଦେଇଥିଲେ। ତାଙ୍କ ସହ ଆଇଏଏସ ପ୍ରୋବେସନର ଡକ୍ଟର ଜିତେନ୍ଦ୍ର କୁମାର, ପାଟଣା ଓ ସାହାରପଡ଼ା ବ୍ଲକର ବିଡିଓ ତଥା ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ମାନେ ଉପସ୍ଥିତ ଥିଲେ।

ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ଭାରତୀୟ ନିର୍ବାଚନ ଆୟୋଗ ଙ୍କ ଦ୍ୱାରା ଜାରି କରାଯାଇଥିବା ସମସ୍ତ ନିୟମ ଓ ନିର୍ଦ୍ଦେଶାବଳୀକୁ ଅତି କଠୋର ଭାବେ ପାଳନ କରିବା ସହ ଭୋଟର ତାଲିକାରେ କୌଣସି ତ୍ରୁଟି ଯେପରି ନ ରହେ ଏବଂ ତାହା ସମ୍ପୂର୍ଣ୍ଣ ସଠିକ ହୁଏ, ସେଥିପାଇଁ ବିଶେଷ ଧ୍ୟାନ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏଥିରେ ଯୋଗ୍ୟ ଭୋଟରଙ୍କ ନାମ ଯୋଡ଼ିବା, ଅଯୋଗ୍ୟ ଭୋଟରଙ୍କ ନାମ ବାଦ୍ ଦେବା ଏବଂ ତଥ୍ୟ ସଂଶୋଧନ ଭଳି କାର୍ଯ୍ୟକୁ ସ୍ୱଚ୍ଛତାର ସହ କରିବାକୁ କୁହାଯାଇଥିଲା। "ସ୍ୱତନ୍ତ୍ର ସଘନ ସଂଶୋଧନ-୨୦୨୬"ପାଇଁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ଶେଷ କରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାଳିକ ସମସ୍ତ କର୍ମଚାରୀଙ୍କୁ ପରାମର୍ଶ ଦେଇଥିଲେ।

ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ ଶିବିରରେ ୨୩-ପାଟଣା ନିର୍ବାଚନ ମଣ୍ଡଳୀର ଏବଂ ସାହାରପଡା ବ୍ଲକର ବିଏଲଓ ଏବଂ ସୁପରଭାଇଜର ସକ୍ରିୟ ଅଂଶଗ୍ରହଣ କରିଥିଲେ।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

10
1086 views

Comment