logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଏଲଓ ଓ ବିଏଲଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ଦ୍ୱିତୀୟ ଦିବସ ତାଲିମ ପ୍ରଦାନ


ଦେବଗଡ଼,ତା. ୨୭.୦୫.୨୦୨୬ ରିଖ :-
ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ, ୧୯-ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବୁଥ୍ ସ୍ତରୀୟ ଅଧିକାରୀ (BLO) ଓ BLO ସୁପରଭାଇଜରମାନଙ୍କୁ ସ୍ୱତନ୍ତ୍ର ସଂଘନ ସଂଶୋଧନ (SIR) ଅବସରରେ ଦ୍ୱିତୀୟ ଦିବସର ତାଲିମ ପ୍ରଦାନ କରାଯାଇଛି।
ଏହି ଅଭିଯାନରେ ମୋଟ ୩୩୮ ଜଣ BLO ଓ ୩୪ ଜଣ BLO ସୁପରଭାଇଜର ଅଂଶଗ୍ରହଣ କରିଥିଲେ। ଏସ୍‌ଆଇଆର୍‌ର ଲକ୍ଷ୍ୟ ହେଉଛି —
ପ୍ରତ୍ୟେକ ଯୋଗ୍ୟ ନିର୍ବାଚକଙ୍କ ନାମକୁ ଭୋଟର ତାଲିକାରେ ସମ୍ମିଳିତ କରିବା
ଅଯୋଗ୍ୟ ନାମଗୁଡିକୁ ତାଲିକାରୁ ବିଲୋପ କରିବା
ଏହି ତାଲିମ କାର୍ଯ୍ୟକ୍ରମ ତା. ୨୬.୦୫.୨୦୨୬ ରୁ ୨୮.୦୫.୨୦୨୬ ପର୍ଯ୍ୟନ୍ତ
ସକାଳ ୭ଟା ରୁ ୧୦ଟା ମଧ୍ୟରେ
ଜିଲ୍ଲାର ତିନିଟି ବ୍ଲକ୍ ଓ ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ଓ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ହେଉଛି।
ତାଲିମ ପ୍ରଦାନକାରୀ ଅଧିକାରୀମାନେ:
ବାରକୋଟ ବ୍ଲକ୍: ସୂର୍ଯ୍ୟକାନ୍ତ ବରିହା (AERO-cum-BDO) ରବୀନ୍ଦ୍ର କୁମାର ସାମଲ (AERO-cum-ତହସିଲଦାର) ତିଲେଇବଣି ବ୍ଲକ୍: ପ୍ରିୟଦର୍ଶିନୀ ମିର୍ଦ୍ଧା (AERO-cum-BDO) କର୍ଣ୍ଣ ମଲିକ (AERO-cum-ତହସିଲଦାର) ରିଆମାଳ ବ୍ଲକ୍: ଆଦିତ୍ୟ ପଣ୍ଡା (AERO-cum-BDO) ବିଜୟଲକ୍ଷ୍ମୀ ନାୟକ (AERO-cum-ତହସିଲଦାର) ଦେବଗଡ଼ ପୌରାଞ୍ଚଳ: କଳିଙ୍ଗ ଆଶିଷ ଶତପଥି (AERO-cum-Executive Officer)
ସୁଶ୍ରୀ ରେଖା ମହନ୍ତ (AERO-cum-Assistant Collector) ପରିଦର୍ଶନ ଓ ନିରୀକ୍ଷଣ:
ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଓ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ଏବଂ ଡେପୁଟି କଲେକ୍ଟର (ନିର୍ବାଚନ) ଏଜଲିନ ବାରା ବିଭିନ୍ନ ବ୍ଲକ୍ ଓ ପୌରାଞ୍ଚଳକୁ ଯାଇ କାର୍ଯ୍ୟକ୍ରମର ପରିଦର୍ଶନ କରିଥିଲେ ଓ BLO ଓ ସୁପରଭାଇଜରମାନଙ୍କୁ ଉତ୍ସାହିତ କରିଥିଲେ।

0
0 views

Comment