logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଶ୍ବେତ ସୁବର୍ଣ୍ଣ କ୍ଷେତ୍ରରେ ରଥଯାତ୍ରା ପ୍ରସ୍ତୁତି,ଦାମନଯୋଡ଼ି,କୋରାପୁଟ

ଦାମନଯୋଡ଼ି,୨୭/୦୫: ଆଗାମୀ ଶ୍ରୀଗୁଣ୍ଡିଚା ରଥଯାତ୍ରା ନିମନ୍ତେ ଶ୍ବେତ ସୁବର୍ଣ୍ଣ କ୍ଷେତ୍ର ଦାମନଯୋଡ଼ିର ନାଲକୋ ଟାଉନସିପ ଶ୍ରୀଜଗନ୍ନାଥ ମନ୍ଦିରରେ ମଙ୍ଗଳବାର ସନ୍ଧ୍ୟାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଶ୍ରୀଜଗନ୍ନାଥ ମନ୍ଦିର କମିଟି ସଭାପତି ତଥା ନାଲକୋ ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରଥଯାତ୍ରା ପ୍ରସ୍ତୁତି ବୈଠକରେ ଏନେଇ ବିସ୍ତୃତ ଭାବେ ଆଲୋଚନା ହୋଇଛି।ରଥ ପ୍ରସ୍ତୁତି,ସ୍ନାନ ପୂର୍ଣ୍ଣିମା ପୂଜାନୀତି,ଶୃଙ୍ଖଳିତ ରଥଯାତ୍ରା ଓ ନୀତି ନିର୍ଘଣ୍ଟ ଆଦି ପାଇଁ ବିଭିନ୍ନ ସବ କମିଟି ଗଠିତ ହୋଇଥିଲା।ଡ଼ଃ ଅଶୋକ କୁମାର ମହାନ୍ତିଙ୍କ ମଞ୍ଚ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ସଂପାଦକ କୈଳାସ ସେନାପତି,କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ମହାରଣା,ଯୁଗ୍ମସଂପାଦକ ତ୍ରିଲୋଚନ ଚୌଧୁରୀଙ୍କ ସହିତ ସଦସ୍ୟ ଦୀନେଶ ପଟ୍ଟନାୟକ,ଶିଶିର ପରିଡ଼ା,ପ୍ରଫୁଲ୍ଲ କୁମାର ମୁନି,ରଞ୍ଜନ କୁମାର ବେହେରା,ହରେନ୍ଦ୍ର ନାଥ ଗିରି,ନକୁଳ ଚରଣ ପତି,ବିମଳ ନାୟକ,ସଞ୍ଜୟ କୁମାର ସାହୁ,ମୂରଲୀଧର ଦାସ,ଶୁଭ୍ରକାନ୍ତ ସାହୁ,ଚନ୍ଦ୍ରକାନ୍ତ କର,ସଦାଶିବ ବେହେରା,ଖଦାଳ ନାୟକ ଓ ଆର.ଏନ.ମୁଦୁଲି,ସୁଶାନ୍ତ କୁମାର ଦାଶ,ଜଳେନ୍ଦ୍ର ତ୍ରିପାଠୀ,ସନ୍ତୋଷ କୁମାର ପଣ୍ଡା,ସନ୍ତୋଷ କୁମାର ଦାସ,ସୁଶାନ୍ତ କୁମାର ବେହେରା, କିରଣ ମହାନ୍ତି ଓ ବିଜୟ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

106
3210 views

Comment