logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କମାରମରାରେ କାଳବୈଶାଖୀର ତାଣ୍ଡବ; ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପାଟଣା ବିଧାୟକ ଅଖିଳ ନାଏକ।

କମାରମରାରେ କାଳବୈଶାଖୀର ତାଣ୍ଡବ; ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ପାଟଣା ବିଧାୟକ ଅଖିଳ ନାଏକ।

ସାହାରପଡା -୨୬/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ପାଟଣା ବିଧାନ ସଭା ଅନ୍ତର୍ଗତ ସାହାରପଡା ବ୍ଲକ ଅଧିନସ୍ଥ ମାଛଗଡ ପଞ୍ଚାୟତର କମାରମରା ଗ୍ରାମରେ ଗତକାଲି ଅପରାହ୍ନ ୩ ଘଟିକା ସମୟରେ ହଠାତ୍ କାଳବୈଶାଖୀ ବର୍ଷା ଓ ଘୂର୍ଣ୍ଣିଝଡରେ କୀର୍ତ୍ତନ ମଣ୍ଡପରେ ବିଶାଳକାୟ ମହୁଲ ଗଛ ପଡ଼ି ମଣ୍ଡପ ଧ୍ୱସ୍ତ ବିଧ୍ୱସ୍ତ ହେବା ସହିତ ସୁନାଫୁଲ ଓ ମଙ୍ଗୁଦାସଙ୍କ ତିନି ବଖରା ଖପରଘର ଉପରେ ପଡ଼ିବାରୁ ଘରଗୁଡିକ ସମ୍ପୂର୍ଣ୍ଣ ନଷ୍ଟହୋଇ ଯାଇଛି। ଅନ୍ୟ ଏକ ସ୍ଥାନରେ ମଧ୍ୟ ଏକ ବିରାଟ ମହୁଲ ଗଛ ପଡ଼ି ସଞ୍ଚୟ ମହାନ୍ତ ପିତା ବାଇଧର ମହାନ୍ତଙ୍କ ତିନି ବଖରା ଟାଇଲ ଘର ସମ୍ପୂର୍ଣ୍ଣ ନଷ୍ଟହୋଇ ଯାଇଛି।
ତେବେ ସୈାଭାଗ୍ୟ ବସତ ସେହି ଘରେ ଜଣେ ୨ବର୍ଷର ଛୋଟ ଶିଶୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। କୈାଣସି ଜୀବନ ହାନି ହୋଇନଥିବା ସୂଚନା ମିଳିଛି। ଖବର ପାଇ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି ସଂପୃକ୍ତ କ୍ଷତିଗ୍ରସ୍ତ ବ୍ୟକ୍ତିମାନଙ୍କୁ ସାକ୍ଷାତ କରିବା ସହ ରାଜସ୍ୱ ନୀରିକ୍ଷକଙ୍କୁ କ୍ଷୟକ୍ଷତିର ଆକଳନ କରିବାକୁ କହିବା ସହ ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଏହାର କ୍ଷତିପୂରଣ ପ୍ରଦାନ କରିବା ସହିତ ପୁନର୍ବାର ଯଥା ଶିଘ୍ର ନୂତନ ଭାବେ ଆଉ ଏକ ମଣ୍ଡପ ନିର୍ମାଣ କରାଯିବାକୁ ଅବଗତ କରିଛନ୍ତି ବୋଲି ଜଣାପଡିଛି l

3
579 views

Comment