logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପଡୁଆ ରେ ଭାଗବତ ଆସର।

ପଡୁଆ ରେ ଭାଗବତ ଆସର।

ଚମ୍ପୁଆ -୨୭/୦୫ (ଖଣ୍ଡାଧାର ନିଉଜ) ଚମ୍ପୁଆ ବ୍ଲକ ପଡୁଆ ପଞ୍ଚାୟତ ଅନ୍ତର୍ଗତ ପଡୁଆ ଗ୍ରାମରେ "ଭାଗବତ ଆସର"ର ୨୯ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଉତ୍ସବ ଶ୍ରୀ ଅନାଦି ଚରଣ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଟେଲିକମ ଇଞ୍ଜିନିୟର ସମାଜସେବୀ ଶ୍ରୀଯୁକ୍ତ କ୍ଷେତ୍ରବାସୀ ମହାନ୍ତ,ମୁଖ୍ୟ ବକ୍ତା ଭାବରେ ପ୍ରବଚକ ତଥା ପାଲା ଗାୟକ ଶ୍ରୀ ଭାବଗ୍ରାହୀ ମହାନ୍ତ ଭାଗବତ ଇମେ ଭାଗବତାଃ ତାନ୍ ଅଧିକୃତ ଗ୍ରନ୍ଥ ଭାଗବତ୍ ଅର୍ଥାତ୍ ଯେଉଁ ଗ୍ରନ୍ଥରେ ଭଗବତ୍ ଭକ୍ତମାନଙ୍କ ମହତ୍ତ୍ଵ ଓ ବିଶେଷତ୍ଵ ବର୍ଣ୍ଣିତ ତାହାର ନାମ ଭାଗବତ ଓ ଭାଗବତ ଶୁଣିବା ବୁଝିବା ପଢ଼ିବା ଦ୍ଵାରା ସେହି ସ୍ୱର୍ଗୀୟ ଗୁଣ ଗୁଡିକର ବିକଶିତ ହୋଇ ପରମାନନ୍ଦ ଶାନ୍ତି ପ୍ରାପ୍ତ ହୋଇଥାଏ ବୋଲି ବକ୍ତବ୍ୟ ରଖିଥିବା ବେଳେ ଭାଗବତ ଆସର ପଡୁଆର ପୂର୍ବତନ ସଭାପତି ଦୁର୍ବାସା ମହାନ୍ତ ଆଧ୍ୟାତ୍ମିକ ଭକ୍ତି ପରିବୃଦ୍ଧି କରିବା ପାଇଁ ସମସ୍ତ ଅଞ୍ଚଳବାସୀଙ୍କ ସହୋଯୋଗ କାମନା କରିବା ସହିତ ଅଞ୍ଚଳବାସୀଙ୍କ ଶ୍ରଦ୍ଧା ସମ୍ମାନ ଜଣାଇ ଥିଲେ।
ସମ୍ମାନିତ ଅତିଥି ଭାବରେ ସମାଜସେବୀ ଶ୍ରୀଯୁକ୍ତ ଦିବାକର ମହାନ୍ତ, ଅନ୍ୟତମ ସମ୍ମାନିତ ଅତିଥି ଗ୍ରାମର ଦେହୁରୀ ତଥା ଭାଗବତ ଆସରର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଦୁର୍ବାସା ମହାନ୍ତ ମଞ୍ଚାସୀନ ହୋଇ ଭାଗବତ କଥାମୃତ ଆଲୋଚନା କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଶିକ୍ଷକ ଦଶରଥ ମହାନ୍ତ। ଉକ୍ତ ଉତ୍ସବକୁ ସହଯୋଗ କରିଥିଲେ ପଡୁଆ ଓ ବାଙ୍ଗୁରିପଶିର ଗ୍ରାମବାସୀ ଓ ଭାଗବତ ପ୍ରେମୀଗଣ। ନିକଟସ୍ଥ ମଙ୍ଗଳପୁର, ବାଲିପଶି, ରାଉତରାପୁର, ନିଶାଗଡିଆ ଗ୍ରାମବାସୀଗଣ ଉପସ୍ଥିତ ରହି ଭାଗବତ କଥାମୃତ ଶୁଣିଥିଲେ। ଶେଷରେ ପାଲା ଗାୟକ ଡ଼ଃ ସୁଧାଂଶୁ ଶେଖର ଗିରି ଓ ତାଙ୍କ ସାଥୀ କଳାକାର ଙ୍କ ଦ୍ବାରା ଭାଗବତ ସମ୍ବନ୍ଧୀୟ ପାଲା ପରିବେଷଣ କରାଯାଇଥିଲା। ଖଣ୍ଡାଧାର ନିଉଜ- ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

2
545 views

Comment