logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମୁନି ସମାଜର ସତସଙ୍ଗ।

ମୁନି ସମାଜର ସତସଙ୍ଗ।

ପାଟଣା-୨୬/୦୫ (ଖଣ୍ଡାଧାର ନିଉଜ) ପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମରେ ଗୋବିନ୍ଦ ମୁନିଙ୍କ ବାସଭବନରେ ମୁନି ସମାଜର ଏକ ସତସଂଗ ଅନୁଷ୍ଠିତ ହୋଇଯାଇଛି। କେନ୍ଦୁଝର ଜିଲ୍ଲା ମୁନି ସମାଜର ଉପାଧ୍ୟକ୍ଷ ଯୋଗୀ ଶମ୍ଭୁନାଥ ମୁନି ଅଧ୍ୟକ୍ଷତା କରିଥିଲେ। ଯୋଗୀ ଭରତ ଚନ୍ଦ୍ର ମୁନି ମୁଖ୍ୟ ଅତିଥି ଭାବେ ଓ ଯୋଗ ଶିକ୍ଷୟିତ୍ରୀ ଯୋଗୀ କ୍ଷୀରମଣୀ ମହାନ୍ତ ମୁଖ୍ୟ ବକ୍ତା ଭାବେ ଯୋଗଦେଇ କର୍ମ ଓ କର୍ମଫଳ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ମାନିତ ବକ୍ତା ଭାବେ ଯୋଗ ଶିକ୍ଷୟିତ୍ରୀ କୁମୁଦିନୀ ନାୟକ, ମୁନି ସମାଜର ମୁନି ଲକ୍ଷଣ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ଗୋପୀନାଥ ମୁନି ସମ୍ମାନିତ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଖୁସୀକୁ ସୁଭାର୍ଶିବାଦ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଜନ୍ମ ଦିନ ପାଳନ ର ଉଦ୍ଦେଶ୍ୟ ଉପରେ ନିଜର ବକ୍ତବ୍ୟ ରଖିଥିଲେ। କେନ୍ଦୁଝର ଜିଲ୍ଲା ମୁନି ସମାଜର ସମ୍ପାଦକ ଯୋଗୀ ଘନଶ୍ୟାମ ମୁନି ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସଙ୍ଗେ ସଙ୍ଗେ ପରିଚୟ ପ୍ରଦାନ କରିଥିଲେ। ଯୋଗୀ ଅମିନ, ଯୋଗୀ କୈଳାଶ, ଯୋଗୀ ଲକ୍ଷ୍ମୀଧର, ଯୋଗୀ ଅଯୋଧ୍ୟା, ଯୋଗୀ କାର୍ତ୍ତିକ, ଯୋଗ ଶିକ୍ଷୟତ୍ରୀ ମଞ୍ଜୁଲତା, ଯୋଗୀ ରମେଶ, ଯୋଗୀ କୈଳାଶ ତଥା ଗ୍ରାମର ଅନେକ ବୁଦ୍ଧିଜୀବୀଙ୍କ ଉପସ୍ଥିତିରେ ସତସଙ୍ଗ କୁ ସାଫଲ୍ୟ ମଣ୍ଡିତ କରିଥିଲା। ଗୋବିନ୍ଦ ମୁନି ଧନ୍ୟବାଦ ଅର୍ପଣ କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

8
579 views

Comment