୧ ଜୁନ ରେ କୁଣ୍ଡେଇ ରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହେବ।
୧ ଜୁନ ରେ କୁଣ୍ଡେଇ ରେ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହେବ।
କେନ୍ଦୁଝର -୨୬/୦୫(ଖଣ୍ଡାଧାର ନିଉଜ) ଅନ୍ଧତ୍ୱ ମୁକ୍ତ ଭାରତର ଶପଥ ନେଇ ଗାଁ ଗାଁରେ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରି ଆସୁଥିବା " ଭୂମିକା ଚକ୍ଷୁ ହସ୍ପିଟାଲ, କେନ୍ଦୁଝର" ବାଂଶପାଳ ବ୍ଳକ୍ ଅନ୍ତର୍ଗତ କୋଡିପଶା ପଞ୍ଚାୟତ ଅଧୀନ କୁଣ୍ଢେଇ ଗାଁରେ ଆଗାମୀ ଜୁନ ମାସ ଏକ ତାରିଖ ଦିନ କେନ୍ଦୁଝର ଫିଲ୍ମ୍ ଏକାଡେମୀ ଓ ସ୍ଥାନୀୟ ସ୍ଵେଚ୍ଛାସେବୀ ଅନୁଷ୍ଠାନ " ଆଶା"ର ସହଯୋଗରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରୁଛି।
କୁଣ୍ଢେଇ ଏକ ଉପାନ୍ତ ଆଦିବାସୀ ଇଲାକା। ଏଠାକାର ଅଧିକାଂଶ ଲୋକ ଆଦିବାସୀ ଏବଂ ଗରିବ। ଆଧୁନିକ ସ୍ଵାସ୍ଥ୍ୟ ସେବା ଓ ଚିକିତ୍ସା ବିଜ୍ଞାନ ଠାରୁ ବହୁ ଦୂରରେ ଏମାନେ। ନିହାତି ଅସୁବିଧା ନ ହେଲେ, କଷ୍ଟ ନ ହେଲେ ଏମାନେ ଡାକ୍ତରଖାନା ଯାଆନ୍ତି ନାହିଁ। ଏକ ସାଧାରଣ ସର୍ବେକ୍ଷଣରୁ ଯାହା ଜଣାଯାଏ, ଏଠାକାର ଅନେକ ବୃଦ୍ଧ , ବୃଦ୍ଧା ମୋତିଆ ବିନ୍ଦୁ ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ୍, ଆଉ କେତେକ ଲୋକଙ୍କ ଦୃଷ୍ଟି ସମ୍ପର୍କିତ ସମସ୍ୟା ମଧ୍ୟ ରହିଛି। ଆଉ କିଏ ଅର୍ଥାଭାବରୁ ଚିକିତ୍ସା କରାଇ ପାରୁ ନାହିଁ, ଅବା ଆବଶ୍ୟକ ଚଷମା କିଣି ପାରୁ ନାହିଁ। ଏହାକୁ ଦୃଷ୍ଟିରେ ରଖି, ଭୂମିକା ଚକ୍ଷୁ ହସ୍ପିଟାଲ, କେନ୍ଦୁଝର ଏପରି ଏକ ଚିକିତ୍ସା ଶିବିରର ଆୟୋଜନ କରିବାକୁ ଯାଉଛି।
ଏ ଶିବିରକୁ ଯେଉଁ ସବୁ ବ୍ୟକ୍ତି ବିଶେଷ ଆସିବେ ତାଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ। ଯେଉଁମାନଙ୍କର ମୋତିଆ ବିନ୍ଦୁ ଚିହ୍ନିଟ ହେବ, ସେମାନଙ୍କୁ ହସ୍ପିଟାଲ ତରଫରୁ କେନ୍ଦୁଝର ନେଇ, ମାଗଣା ଚିକିତ୍ସା, ମାଗଣା ଅସ୍ତ୍ରୋପଚାର ସହିତ ମାଗଣାରେ ଚଷମା ଯୋଗାଇ ଦିଆଯିବ। ଏହା ସହିତ ରୋଗି ମାନଙ୍କୁ କେନ୍ଦୁଝରକୁ ନେବା ଓ ଶିବିର ସ୍ଥାନରେ ଛାଡ଼ିବାର ବ୍ୟବସ୍ଥା ମଧ୍ୟ ହସ୍ପିଟାଲ ତରଫରୁ ମାଗଣାରେ କରାଯିବା।
କେନ୍ଦୁଝର ଫିଲ୍ମ୍ ଏକାଡେମୀ ଓ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆଶା ତରଫରୁ " ଭୂମିକା ଚକ୍ଷୁ ହସ୍ପିଟାଲ, କେନ୍ଦୁଝର" ର ଏପରି କାର୍ଯ୍ୟକ୍ରମ ପାଇଁ ଧନ୍ୟବାଦ ଜଣାଇବା ସହ ଶିବିରର ସଫଳତା ସକାଶେ ଶୁଭ କାମନା କରିଛନ୍ତି। ଏହାବାଦ୍, ଫିଲ୍ମ ଏକାଡେମୀ ଓ ଆଶା ସ୍ଥାନୀୟ ଆଶାକର୍ମୀ ମାନଙ୍କର ସହଯୋଗ ଲୋଡ଼ିଛନ୍ତି।