logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବିଜୁଳି କଟିଲେ ନେଟ୍ୱାର୍କ ଫେଲ୍

ବିଜୁଳି କଟିଲେ ନେଟ୍‌ୱାର୍କ ଫେଲ୍ ।

କାଲିମେଳା ତା ୨୬/୦୫ ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ ଏମଭି-୭୯ ଅଞ୍ଚଳରେ ବିଦ୍ୟୁତ ବିଚ୍ଛେଦ ହେଲେ ମୋବାଇଲ ନେଟୱାର୍କ ସେବା ସମ୍ପୂର୍ଣ୍ଣ ଭାବେ ବ୍ୟାହତ ହେଉଥ‌ିବାରୁ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ କରି ଜିଓ ନେଟୱାର୍କ ଉପରେ ନିର୍ଭରଶୀଳ ଏହି ଅଞ୍ଚଳରେ ବିଜୁଳି ଚାଲିଗଲେ ଇଣ୍ଟରନେଟ ସେବା ଅଚଳ ହୋଇପଡୁଥିବାରୁ ଶିକ୍ଷା, ବ୍ୟବସାୟ ଓ ଅନ୍‌ଲାଇନ ସେବା କାର୍ଯ୍ୟକ୍ରମ ପ୍ରଭାବିତ ହେଉଛି I ବର୍ତ୍ତମାନ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା ଅନ୍‌ଲାଇନ ମାଧ୍ୟମରେ ଚାଲୁଥିବା ବେଳେ ଛାତ୍ରଛାତ୍ରୀମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ନେଟୱାର୍କ ବନ୍ଦ ହୋଇଯିବାରୁ ଫର୍ମ ପୂରଣ ସମଯରେ ପୃଷ୍ଠା ରିଫ୍ରେସ ହୋଇ ତଥ୍ୟ ନଷ୍ଟ ହେଉଛି। ଫଳରେ ପୁନର୍ବାର ସମସ୍ତ ପ୍ରକ୍ରିୟା କରିବାକୁ ପଡୁଥିବାରୁ ସମୟ ଓ ଅର୍ଥ ଉଭୟର ଅପଚୟ ହେଉଛି | ଏଥିସହ ଗ୍ରୀଷ୍ମ ଅବକାଶ ସମୟ ରେ ଅନ୍‌ଲାଇନ ପାଠପଢା ଓ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ପଢାପଢି ମଧ୍ଯ ବାଧାପ୍ରାପ୍ତ ହେଉଛି | କେବଳ ଶିକ୍ଷା କ୍ଷେତ୍ର ନୁହେଁ, ଅନଲାଇନ ବ୍ୟାଙ୍କିଙ୍ଗ, ଡିଜିଟାଲ ପେମେଣ୍ଟ, ସରକାରୀ ସେବା ପୋର୍ଟାଲ ଓ ଦୈନନ୍ଦିନ ଇଣ୍ଟରନେଟ ସେବା କାର୍ଯ୍ୟରେ ମଧ୍ଯ ପ୍ରଭାବିତ ହେଉଛି | ଅଞ୍ଚଳବାସୀ ଙ୍କ କହିବା ଅନୁଯାୟୀ, ବିଦ୍ୟୁତ ବିଚ୍ଛେଦ ହେଲେ ମୋବାଇଲ ଟାୱାରର ବ୍ୟାକଅପ ବ୍ୟବସ୍ଥା କାର୍ଯ୍ୟକ୍ଷମ ନ ଥିବାରୁ ନେଟୱାର୍କ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡୁଛି। ସ୍ଥାନୀୟଲୋକମାନେ ତୁରନ୍ତ ସମାଧାନଦାବି କରି ମୋବାଇଲ ଟାୱାରରେ ସୌର ଶକ୍ତି ଆଧାରିତ ବ୍ୟାକଅପ ବ୍ୟବସ୍ଥା, ଅଧିକ ଟାୱାର ସ୍ଥାପନ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ପାଇଁ ପ୍ରଶାସନ ଓ ଟେଲିକମ କମ୍ପାନୀଙ୍କ ହସ୍ତକ୍ଷେପଆବଶ୍ୟକ ବୋଲି ଦାବି କରିଛନ୍ତି। ଡିଜିଟାଲ ଇଣ୍ଡିଆ ଯୋଜନାର ସଫଳ କାର୍ଯ୍ୟକରଣ ପାଇଁ ମାଲକାନଗିରି ପରି ଦୁର୍ଗମ ଅଞ୍ଚଳରେ ଡିଜିଟାଲ ସଂଯୋଗ ସୁଦୃଢ କରିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

4
1269 views

Comment