logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଜୁନାଗଡ :ମହିଳା ବିଜୁ ଜନତା ଦଳ ପକ୍ଷରୁ ନାରୀ ଅଧୀକାର ଅଭିଯାନ ର ବିଶାଲ ଶୋଭାଯାତ୍ରା ।

ଜୁନାଗଡ : କଳାହାଣ୍ଡି ଜିଲ୍ଲାର ଜୁନାଗଡ ରେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ରଙ୍କ ନେତୃତ୍ୱରେ ମହିଳା ବିଜୁ ଜନତା ଦଳ ଦ୍ୱାରା ନାରୀ ଅଧିକାର ଅଭିଯାନ ଅନୁଷ୍ଠିତ ହୋଇଥିଲା। ହଜାର ହଜାର କର୍ମୀମାନେ ଶୋଭାଯାତ୍ରା କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ବ୍ଲକ୍ ଅଧିକାରୀଙ୍କୁ ମହିଳା ଅଧିକାର ସଂପର୍କିତ ସ୍ମାରକ ପତ୍ର ପ୍ରଦାନ କରିଥିଲେ।
ସଂସ୍କୃତି ଭବନରେ ବିଶାଳ ଜନ ସଭା ଅନୁଷ୍ଠିତ ହୋଇଥିଲା, ଯେଉଁଠାରେ ସରକାରଙ୍କ ମହିଳା ଅଧିକାର ଓ ମହିଳା ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୋଧରେ ସରକାରଙ୍କ ବିଫଳତା ବିଷୟରେ ମତ ଦିଆଯାଇଥିଲା। ସଭାରେ କ୍ୟାପଟେନ୍ ଦିବ୍ୟ ଶଙ୍କର ମିଶ୍ର, ଲାଞ୍ଜିଗଡ ବିଧାୟକ ପ୍ରଦୀପ ଦିଶାରି, ସଭା ନେତ୍ରୀ ଲଳିତା ନାୟକ, ବ୍ଲକ୍ ଅଧକ୍ଷ ସବିତା ମେହେର, ଉପାଧ୍ୟକ୍ଷ ପ୍ରମୋଦ ବେହେରା, ସମାଜ ସେବୀ ଦିନେଶ ବଗର୍ତ୍ତି ଓ ବିଜୁ ଜନତା ଦଳର ଅନେକ କର୍ମୀ ଉପସ୍ଥିତ ଥିଲେ।

0
277 views

Comment