logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ରାଷ୍ଟ୍ରଦୀପ ପ୍ରସାର ସମିତି ଦାମନଯୋଡିର ବିଷୁବ ମିଳନ ଓ ସାରସ୍ବତ ସମାରୋହ ଅନୁଷ୍ଠିତ, ଦାମନଯୋଡି,କୋରାପୁଟ, ଓଡ଼ିଶା

*ରାଷ୍ଟ୍ରଦୀପ ପ୍ରସାର ସମିତି ର ୩୩ତମ ସାରସ୍ଵତ ସମାରୋହ*
ଦାମନଯୋଡି, ୨୬/୫ : ଶିଳ୍ପାଞ୍ଚଳ ଦାମନଯୋଡି ର ସାମାଜିକ ସଂଗଠନ ରାଷ୍ଟ୍ରଦୀପ ପ୍ରସାର ସମିତି ପକ୍ଷରୁ ୩୩ତମ ସାରସ୍ଵତ ସମାରୋହ ସେକ୍ଟର -୧ ସ୍ଥିତ ମୁକ୍ତାକାଶ ରଙ୍ଗମଞ୍ଚରେ ସୋମବାର ସନ୍ଧ୍ୟାରେ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି । ସମିତି ସଭାପତି ଇଂ ପୁରୁଷୋତ୍ତମ ମହାନ୍ତ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନାଲକୋ ପରିବେଶ, ଟାଉନସିପ ରକ୍ଷଣାବେକ୍ଷଣ ତଥା ସମ୍ପୂର୍ଣ୍ଣ ଗୁଣବତ୍ତା ବିଭାଗ ର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସୁନାବେଡା ସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ର କୁଳପତି ଡଃ ପ୍ରଫେସର ନରସିଂହ ଚରଣ ପଣ୍ଡା ମୁଖ୍ୟ ବକ୍ତା ଓ ରାଷ୍ଟ୍ରଦୀପ ପତ୍ରିକାର ପୂର୍ବତନ ପରିଚାଳକ ଧ୍ରୁବ ଚରଣ ବେହେରା ସମ୍ମାନୀତ ଅତିଥି ଭାବରେ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଭାରତ ମାତାଙ୍କ ଫଟୋଚିତ୍ର ନିକଟରେ ପୂଜାର୍ଚ୍ଚନା ପରେ କୁନ୍ଦୁଲି ସ୍ଥିତ ଆଦିମ ଗୁରୁକୁଳ ଆଶ୍ରମ ର ବ୍ରହ୍ମଚାରୀ ମାନେ ବେଦମନ୍ତ୍ର ପାଠ କରିଥିଲେ । ପରେ ପରେ ମାଥାଲପୁଟସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ ମାନେ ସଙ୍ଗୀତ ଶିକ୍ଷକ ବୃନ୍ଦାବନ ଖଣ୍ଡୁଆଳ ଙ୍କ ନିର୍ଦ୍ଦେଶନାରେ ବନ୍ଦେ ମାତରଂ ଓ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ସମିତି ସମ୍ପାଦକ ଡଃ ଜଳେନ୍ଦ୍ର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ଇତି ଅବସରରେ ରାଷ୍ଟ୍ରଦୀପ ପ୍ରସାର ସମିତି ର ମୁଖପତ୍ର "ବିଚାର ସରିତା" ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ଡଃ ଅଶୋକ କୁମାର ମହାନ୍ତି ମଞ୍ଚ ସଂଯୋଜନା କରିଥିଲେ ।ଡାକ୍ତର ମନୋଜ କିଶୋର ନାୟକ ଧନ୍ୟବାଦ ପ୍ରଦାନ କରିଥିବାବେଳେ ସମିତିର ସମସ୍ତ ସଦସ୍ୟ ମିଳିତ ଭାବରେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

136
4046 views

Comment