logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୂଆପଡା: ବୁଦ୍ଧିକୋମନାରେ ପ୍ରଶାସନ ଅଭିଯୋଗ ଶୁଣାଣୀ ଶିବିର

ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଗ୍ରାମପଞ୍ଚାୟତ ସ୍ତରୀୟ ଅଭିଯୋଗ ଶୁଣାଣୀ ଶିବିର ଆୟୋଜିତ ହୋଇଥିଲା ଯାହାର ଅଧ୍ୟକ୍ଷତା ଗୋଷ୍ଠୀ ଉନ୍ନୟନ ଅଧିକାରୀ ପବିତ୍ର କୁମାର ସାମଳ କରିଥିଲେ। ଏହି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଓ ସାଧାରଣ ଜନତା ଯୋଗଦେଇଥିଲେ।

ମନରେଗା କାମ, ପ୍ରଧାନମନ୍ତ୍ରୀ ଆବାସ, ପେନସନ, ପାନୀୟ ଜଳ, ରାସ୍ତାଘାଟ, ପୋଖରୀ ଖନନ ଓ ଜମି ମରାମତି ସହିତ ବିଭିନ୍ନ ସମସ୍ୟା ଓ ଯୋଜନା ଉପରେ ଆଲୋଚନା ହୋଇଥିଲା। ବିଶେଷକରି ଜଡ଼ାମୁଣ୍ଡା ଡେମର ପାଣି କମିଯିବା ପରିସ୍ଥିତିରେ ଚାଷୀମାନଙ୍କ ସମସ୍ୟା ସମ୍ପର୍କରେ ବିଡିଓ ଦ୍ୱାରା ଅବଗତ କରାଯାଇଥିଲା ଯାହାର ଶୀଘ୍ର ସମାଧାନର ଆଶ୍ୱାସନ ମିଳିଛି। ସରପଞ୍ଚ ଏହା ସହ ଗ୍ରାମପଞ୍ଚାୟତର ସର୍ବାଙ୍ଗୀନ ୱିକାଶ ପାଇଁ ପ୍ରୟାସ ଜାରି ରହିଛି ବୋଲି କହିଛନ୍ତି।

3
25 views

Comment