ମାଲକାନଗିରିରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣାରେ ୩ ଗିରଫ
ମାଲକାନଗିରି: ଶାରଦାଗୁଡା ଗ୍ରାମରେ ଗୁଣିଗାରେଡି ସନ୍ଦେହରେ ମହିଳାଙ୍କୁ ପିଟିପିଟି ହତ୍ୟା ଘଟଣା ଘଟିଥିବା ପରେ ଓରକେଲ ପୋଲିସ ୩ ଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛନ୍ତି। ଗତ ୧ ବର୍ଷ ମଧ୍ୟରେ ଏହି ଗ୍ରାମରେ ୮ ରୁ ୧୦ ଜଣ ବ୍ୟକ୍ତିଙ୍କ ଅଚାନକ ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ସଂଖ୍ୟା ବୃଦ୍ଧିର କାରଣ ପାଇଁ ଗ୍ରାମବାସୀ ଏକ ବୈଠକ କରିଥିଲେ ଓ ଜଣେ ଗୁଣିଆଙ୍କୁ ଡାକି ଚୁଡା ମନ୍ତ୍ରାଇ ସମସ୍ତଙ୍କୁ ଖାଇବାକୁ ଦେଇଥିଲେ।
ପଦ୍ମା ନାୟକ(୫୧), ଯିଏ ଗୁଣିଆଙ୍କ ଚୁଡ଼ା ମନ୍ତ୍ରାଇ ଖାଇ ଅସୁସ୍ଥ ହୋଇଥିଲେ, ସେ ମୃତ୍ୟୁ ହୋଇଥିବା ୨ ବ୍ୟକ୍ତିଙ୍କ ପାଇଁ ଦାୟୀ ଭାବରେ ଚିହ୍ନଟ ହୋଇଥିଲେ। ଏହା ପରେ ମୃତ୍ୟୁବରଣ କରିଥିବା ୨ ବ୍ୟକ୍ତିଙ୍କ ପୁଅମାନେ ରାଗରେ ପଦ୍ମାଙ୍କୁ ଲାତ ଗୋଇଠା ମାରିଥିଲେ, ଯାହା ପରେ ପଦ୍ମାଙ୍କ ପୁଅ ଗଣେଶ ତାଙ୍କୁ ରକ୍ଷା କରିଥିଲେ।ପରେ ପଦ୍ମାଙ୍କ ମୃତ୍ୟୁ ଘଟିଥିଲା ଗଣେଶ ଓରକେଲ ଥାନାରେ ଅଭିଯୋଗ ଦାଖଲ କରିଥିଲେ। କୋରାପୁଟରୁ ସାଇନ୍ଟିଫିକ ଟିମ ଆସି ଘଟଣାର ତଦନ୍ତ ପରେ ୩ ଗିରଫ ହେଉଥିବା ମହେଶ୍ବର ପାଙ୍ଗି, ହରି ପାଙ୍ଗି ଏବଂ ହରିଷ ଚନ୍ଦ୍ର ଖିଲଙ୍କୁ କୋର୍ଟ ପାଖରେ ହଜିର କରାଯାଇଛି।