ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ସାଂସଦଙ୍କ ପ୍ରତିନିଧି ଭାବେ ଲିପସିତ ମିଶ୍ର ଓ ପ୍ରୀତମ ମେହେର ମନୋନୀତ ।
ବରଗଡ,୨୬୲୫ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି ଭାବେ ଲିପସିତ ମିଶ୍ର ଓ ପ୍ରୀତମ ମେହେରଙ୍କୁ ମନୋନୀତ କରିଛନ୍ତି। ଏହା ଜାଣିବା ପରେ ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ଅଞ୍ଚଳରେ ବିଜେପି କର୍ମକର୍ତ୍ତା ଓ କର୍ମୀଙ୍କ ମହଲରେ ଖୁସିର ଲହରୀ ଖେଳି ଯାଇଛି। ସାଂସଦ ଶ୍ରୀ ପୁରୋହିତ ଙ୍କ ଅନୁମୋଦିତ କରିଥିବା ମନୋନୀତ ପତ୍ରକୁ ଆଜି ଉଭୟେ ବରଗଡ଼ ଜିଲ୍ଲାପାଳଙ୍କୁ ଭେଟି ପ୍ରଦାନ କରିଛନ୍ତି। ସାଂସଦ ଶ୍ରୀ ପୁରୋହିତ ଉଭୟ ଙ୍କୁ ତାଙ୍କ ପ୍ରତିନିଧି ଭାବେ ମନୋନୀତ କରିଥିବା ରୁ ପ୍ରଥମେ ସାଂସଦ ଙ୍କୁ ଉଭୟେ ପ୍ରତିନିଧି କୃତଜ୍ଞତା ଜଣାଇବା ସହ ଦଳୀୟ କର୍ମକର୍ତ୍ତା ଓ କର୍ମୀ ସଦସ୍ୟ ମାନଙ୍କ ସମ୍ପୂର୍ଣ୍ଣ ସହଯୋଗ ର କାମନା କରିଛନ୍ତି। ଲିପସିତ ମିଶ୍ର ଓ ପ୍ରୀତମ ମେହେର ସାଂସଦଙ୍କ ପ୍ରତିନିଧି ଭାବେ ମନୋନୀତ ହୋଇଥିବା ରୁ ଉଭୟଙ୍କୁ ଶୁଭେଚ୍ଛା ର ସହ ସୁଅ ଛୁଟିଛି ।