logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଫଟୋଗ୍ରାଫର ଓ ଭିଡିଓଗ୍ରାଫର ସଙ୍ଘ ପକ୍ଷରୁ ଦହିପଣା ବଣ୍ଟନ।

ଫଟୋଗ୍ରାଫର ଓ ଭିଡିଓଗ୍ରାଫର ସଙ୍ଘ ପକ୍ଷରୁ ଦହିପଣା ବଣ୍ଟନ।

କେନ୍ଦୁଝର, ୨୫/୦୫: (ଖଣ୍ଡାଧାର ନିଉଜ) ସୋମବାର ଦିନ କେନ୍ଦୁଝର ଜିଲ୍ଲାର ଫଟୋଗ୍ରାଫର ଓ ଭିଡିଓଗ୍ରାଫର ସଂଘ ତରଫରୁ କେନ୍ଦୁଝରଗଡ ପୁରୁଣା ସହର ସ୍ଥିତ ଶ୍ରୀ ଶ୍ରୀ ବଳଦେବଜୀଉ ମନ୍ଦିର ସମ୍ମୁଖରେ ଦହିପଣା ବଣ୍ଟନ କରାଯାଇଥିଲା। ମାନବ ସେବା ହିଁ ମାଧବ ସେବାକୁ ଦୃଷ୍ଟିରେ ରଖି ପ୍ରଚଣ୍ଡ ଖରା ହେଉଥିବାରୁ ଲୋକଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ସଂଘ ତରଫରୁ ଛୋଟିଆ ପ୍ରୟାସଟିଏ ବୋଲି କର୍ମକର୍ତ୍ତା ଓ ସଦସ୍ୟମାନେ ପ୍ରକାଶ କରିଥିଲେ। ଏଥିରେ ସର୍ବ ପୁରାତନ ଫଟୋଗ୍ରାଫର ଶ୍ରୀଯୁକ୍ତ ବିନୋଦ ବିହାରୀ ବେଜ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତ ସଦସ୍ୟମାନଙ୍କୁ ଉତ୍ସାହିତ କରିଥିଲେ। ଏତଦ ବ୍ୟତୀତ ଆଜିର ଦିନରେ ଓଡ଼ିଶା ର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ଏହି କାର୍ଯ୍ୟକ୍ରମ ଟି ଆନୁଷ୍ଠାନିକ ଭାବରେ ପାଳିତ ହୋଇଯାଇଅଛି ବୋଲି ମତବ୍ୟକ୍ତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ଜିଲ୍ଲା ଫଟୋଗ୍ରାଫର ଓ ଭିଡିଓଗ୍ରାଫର ସଙ୍ଘର ସଭାପତି ସଞ୍ଜୟ ପ୍ରହରାଜ, ସମ୍ପାଦକ ଆଦିତ୍ୟ ବେଜ, ସଦସ୍ୟ ରାଜେନ୍ଦ୍ର ମହାନ୍ତ, କାହ୍ନୁଚରଣ, ପ୍ରଦୀପ, ମନୋଜ ନାୟକ, ଦିପୁନ, ଭୁବନେଶ୍ୱର ମହାନ୍ତ, ବିକାଶ ଜେନା ଓ ଅନ୍ୟ କାର୍ଯ୍ୟକର୍ତ୍ତା ଗଣ ବିପୁଳ ସଂଖ୍ୟାରେ ଯୋଗଦେଇ କାର୍ଯକ୍ରମ କୁ ସାଫଲ୍ୟ ମଣ୍ଡିତ କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।

15
678 views

Comment