ସରକାରୀ ବସରେ ଭିନ୍ନକ୍ଷମଙ୍କୁ ମିଳୁନି ସଂରକ୍ଷଣ ସୁବିଧା!
ସରକାରୀ ବସରେ ଭିନ୍ନକ୍ଷମଙ୍କୁ ମିଳୁନି ସଂରକ୍ଷଣ ସୁବିଧା!
କେନ୍ଦୁଝର, : ୨୫|୦୫ 'ଭିନ୍ନକ୍ଷମ ମାନେ ଆମ ମମାନଙ୍କ ମଧ୍ୟରୁ ଜଣେ' ଏପରି ଅନେକ ମନଜିଣା ସ୍ଲୋଗାନ ଆମେ ଶୁଣିବାକୁ ପାଉଥିବାବେଳେ ସରକାର ମଧ୍ୟ ଏହି ଭିନ୍ନକ୍ଷମମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଆଣିବା ପାଇଁ ଅନେକ ପଦକ୍ଷେପ ନେଉଥିଲେ ସୁଦ୍ଧା ସରକାରୀ ବସସେବାରେ ଭିନ୍ନକ୍ଷମ ବ୍ୟକ୍ତିଙ୍କ ପାଇଁ ସିଟରେ ସଂରକ୍ଷଣ ବ୍ୟବସ୍ଥାକୁ ପାଳନ କରାଯାଉ ନଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଦୃଷ୍ଟିବାଧୂତ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ହରେକୃଷ୍ନ ମହାନ୍ତି ପ୍ରକାଶ କରିଛନ୍ତି ଯେ, ଆବଶ୍ୟକୀୟ ପ୍ରମାଣପତ୍ର ଥାଇ ସୁଦ୍ଧା କେନ୍ଦୁଝର ସରକାରୀ ବସଷ୍ଟାଣ୍ଡରେ ଏହି ଭିନ୍ନକ୍ଷମମାନଙ୍କ ପାଇଁ ବସଯାତ୍ରା ସମୟରେ ସିଟ ସଂରକ୍ଷଣ କରାଯାଉନାହିଁ। ଦୂରଦୁରାନ୍ତ ସ୍ଥାନକୁ ଏହି ଭିନ୍ନକ୍ଷମ ବ୍ୟକ୍ତିମାନେ ଯିବାକୁ ଚାହିଁଲେ ମଧ୍ୟ ଟିକେଟ ନାହିଁ ଓ ପୂର୍ବରୁ ଅନଲାଇନରେ ଟିକେଟ ବୁକିଂ ହୋଇ
ସମସ୍ତ ଟିକେଟ ସରିଯାଇଛି ବୋଲି କହୁଛନ୍ତି। ପ୍ରତ୍ୟେକ ସରକାରୀ ବସରେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଅତିକମରେ ଦୁଇଟି ଟିକେଟ ସଂରକ୍ଷିତ ରହିବା ପାଇଁ ନିୟମ ଥିବାବେଳେ ଏହାର ଖୋଲାଖୋଲି ଉଲଂଘନ ହେଉଛି। ଏପରିସ୍ଥଳେ ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରୁନଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ ଶାସ୍ତି ଦେବାକୁ ସାଧାରଣରେ ଦାବି ହୋଇଛି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟ।