logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡା ଙ୍କୁ ଭେଟିଲେ ରାଜ୍ଯସଭା ସାଂସଦ ସଂଜୟ ସିଂହ।

ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡା ଙ୍କୁ ଭେଟିଲେ ରାଜ୍ଯସଭା ସାଂସଦ ସଂଜୟ ସିଂହ।

ପାଟଣା-୨୪/୦୫, ବ୍ୟାଙ୍କ ରୁ ଟଙ୍କା ଉଠାଇବା ପାଇଁ ଭଉଣୀର କଙ୍କାଳ ନେଇ ବ୍ୟାଙ୍କ କୁ ଯିବା ଘଟଣା ରେ ଜିତୁ ମୁଣ୍ଡା ଆନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ରେ ରହିଥିଲେ । ତେବେ ଡିଆନାଳୀ ଗ୍ରାମର ପାନୀୟ ଜଳ ସମସ୍ୟା କୁ ନେଇ ସେ ଆଲୋଚନା କରିଥିଲେ। ବହୁ ଚର୍ଚ୍ଚିତ ଜିତୁ ମୁଣ୍ଡା ଙ୍କୁ ଭେଟିଛନ୍ତି ଆମ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ । ଜିତୁ ମୁଣ୍ଡାଙ୍କ ସହ ଆଲୋଚନା ପରେ ଡିଆନାଳୀ ଗ୍ରାମର ପାନୀୟ ଜଳ ସମସ୍ୟା ଦୂର କରିବା ପାଇଁ ଆଶ୍ୱାସନ ଦେଇଥିଲେ। ନିଜସ୍ୱ ପାଣ୍ଠିରୁ ଗ୍ରାମରେ ନଳକୂପ ଖୋଳାଯାଇ ପାନୀୟ ଜଳ ବ୍ୟବସ୍ଥା କରାଯିବ ବୋଲି ସେ କହିଥିଲେ । ଗ୍ରାମବାସୀଙ୍କ ସହ ସିଧାସଳଖ ଆଲୋଚନା କରି ସମସ୍ୟାର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଛନ୍ତି। ସାଂସଦ ଡିଆନାଳୀ ଗ୍ରାମରେ ଦୀର୍ଘଦିନ ଧରି ପାଣି ସମସ୍ୟା ରହିଥିବାରୁ ଗ୍ରାମବାସୀଙ୍କ ଦୁଃଖ ବୁଝି ଆମେ ନିଜସ୍ୱ ପାଣ୍ଠିରୁ ନଳକୂପ ବ୍ୟବସ୍ଥା କରିବୁ ବୋଲି କହିଥିଲେ । ଗ୍ରାମବାସୀଙ୍କୁ ଆଉ ପାଣି ପାଇଁ ହଇରାଣ ହେବାକୁ ପଡିବ ନାହିଁ ବୋଲି ପ୍ରତିକ୍ରିୟା ରେ କହିଥିଲେ। ଏହି ଗସ୍ତ କାର୍ଯ୍ୟକ୍ରମ ରେ ଆମ ଆଦମୀ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପତ୍ର, କେନ୍ଦୁଝର ଜିଲ୍ଲା ର ନେତା ସରୋଜ ନାୟକ ଙ୍କ ସହିତ ଅନ୍ୟାନ୍ୟ ନେତା ମାନେ ସାମିଲ ହୋଇଥିଲେ।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

17
1041 views

Comment