logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା; ଲୋକମାନଙ୍କୁ ପ୍ରବଳ ଗରମରୁ କିଛିଟା ଆଶ୍ବସ୍ତି ମିଳିଛି।

କେନ୍ଦୁଝର ସହରର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା; ଲୋକମାନଙ୍କୁ ପ୍ରବଳ ଗରମରୁ କିଛିଟା ଆଶ୍ବସ୍ତି ମିଳିଛି।

କେନ୍ଦୁଝର:୨୪/୦୫ (ଖଣ୍ଡାଧାର ନିଉଜ) କେନ୍ଦୁଝର ସହର ଓ ଆଖପାଖ ଗ୍ରାମାଞ୍ଚଳରେ ଅସରାଏ ବର୍ଷା ହୋଇଥିବାରୁ ଅସହ୍ଯ ଗରମରୁ ଲୋକମାନଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ଆଜି ସଂନ୍ଧ୍ଯା ୬ ଘଟିକାରେ କେନ୍ଦୁଝର ସହର ଓ ଆଖପାଖ ଗ୍ରାମାଞ୍ଚଳରେ ଘନକଳା ମେଘମାଳା ଦେଖିବାକୁ ମିଳିଅଛି। ଏହା କାଳବୈଶାଖୀ ବର୍ଷା କହିବା ଉଚିତ୍ ହେବ; ଘଡଘଡି, ବିଜୁଳି ମାରିବା ସହିତ ପବନର ବେଗ ଅଧିକ ରହିଥିଲା। କିଛି ସମୟ ପାଇଁ ଅସରାଏ କାଳବୈଶାଖୀ ବର୍ଷା ହୋଇଥିଲା। ଏହି କାରଣରୁ ସହରର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ବିଛିନ୍ନ ରହିଥିଲା। ଆଜିର ଦିନତମାମ ତାପମାତ୍ରା ଅଧିକ ରହିଥିଲା, ଯାହା ଫଳରେ ପ୍ରବଳ ଗରମରେ ଲୋକେ ଅସ୍ତବ୍ୟସ୍ତ ଅନୁଭବ କରୁଥିବା ବେଳେ କାଳବୈଶାଖୀ ବର୍ଷା କାରଣରୁ ଲୋକଙ୍କୁ ଗରମରୁ କିଛିଟା ଆଶ୍ବସ୍ତି ମିଳିଛି। ଖବର ପ୍ରସାରିତ କରିବା ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ତଥା ଜୀବନହାନୀ ସମ୍ପର୍କରେ ସୂଚନା ମିଳିନାହିଁ। ଏହା ବ୍ୟତୀତ ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ୍ ବିଛିନ୍ନ ରହିଥିଲା, ପବନର ବେଗ ଓ ବର୍ଷା କମିବା ପରେ ସ୍ବାଭାବିକ ଭାବରେ ବିଦ୍ୟୁତ୍ ସେବା କାର୍ଯ୍ୟକ୍ଷମ କରାଯାଇଥିଲା। ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଲଗାତାର କିଛିଦିନ ପାଇଁ ବିଭିନ୍ନ ଅଞ୍ଚଳରେ କାଳବୈଶାଖୀ ବର୍ଷା ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳି ମାରିବ ବୋଲି ପୂର୍ବାନୁମାନ କରାଯାଇଛି। ଯେକୌଣସି ବ୍ୟକ୍ତିବିଶେଷ ବିଭିନ୍ନ ସ୍ଥାନକୁ ଯାତ୍ରା କରିବା ପୂର୍ବରୁ ପାଣିପାଗ ସମ୍ପର୍କରେ ଧ୍ଯାନ ଦେଖିବାକୁ ଭୁଲନ୍ତୁ ନାହିଁ।

4
556 views

Comment