logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହାତୀ ନଦୀ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ଶୀଘ୍ର କାର୍ଯ୍ୟ ଆରମ୍ଭ ପାଇଁ ରାଜ୍ୟ ସରକାରଙ୍କୁ ଦାବୀ।

କଳାହାଣ୍ଡି/୨୬-୦୫-୨୦୨୬- ଜୁନାଗଡ ବ୍ଲକ୍ ର ହାତୀ ନଦୀ ବାଙ୍ଗଡଙ୍ଗରି ଘାଟ ଉପରେ ପ୍ରସ୍ତାବିତ ନୂତନ ପୋଲ ନିର୍ମାଣ ରାଜ୍ୟ ସରକାରଙ୍କ ଏକ ଯୁଗାନ୍ତକାରୀ ପଦକ୍ଷେପ। ସୂଚନା ମୁତାବକ ରାଜ୍ୟ ସରକାର ଏହି ପୋଲ ନିର୍ମାଣ ପାଇଁ ୨୧.୫୮ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି।ଏଣୁ ଅଞ୍ଚଳ ବାସୀ ଜୁନାଗଡ ବିଧାୟକ ସମେତ ରାଜ୍ୟ ସରକାର ଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ତତ୍ର ସହିତ ପୋଲ ନିର୍ମାଣ ମଞ୍ଜୁରି ବର୍ଷେ ବିତି ଯାଇଛି କିନ୍ତୁ କାର୍ଯ ଆରମ୍ଭ ହୋଇନ ଥିବା ଯୋଗୁଁ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି ।ଏହି ପୋଲ ନିର୍ମାଣ ହେଲେ ଜୁନାଗଡ ବ୍ଲକ ଓ ଗୋଲାମୁଣ୍ଡା ବ୍ଲକ ଗମନା ଗମନର ସୁବିଧା ହୋଇ ପାରିବ। ରାଜ୍ୟ ସରକାର କିପରି ଏହି ପୋଲ ଶୀଘ୍ର କାର୍ଯ୍ୟ ଆରମ୍ଭ ହେବ ସେଥିପାଇଁ ପଦକ୍ଷେପ ନେବାକୁ
ଅଞ୍ଚଳ ବାସୀ ଦାବୀ କରୁଛନ୍ତି।

0
846 views

Comment