ଜୁନାଗଡ ବ୍ଲକ ସାପଗଣ୍ଡା ଶୈବ ପୀଠ ଶ୍ରୀ ଶ୍ରୀ କାଲେଶ୍ୱର୍ ମହାଦେବ ମନ୍ଦିର ବିକାଶ ପାଇଁ ଅଞ୍ଚଳ ବାସୀ ଦାବୀ ।
କଳାହାଣ୍ଡି/୨୪-୦୫-୨୬/ ଜୁନାଗଡ ବ୍ଲକ ଅନ୍ତର୍ଗତ ସାପଗଣ୍ଡା ଶୈବୀଠରେ ଶ୍ରୀ ଶ୍ରୀ କାଲେଶ୍ୱର୍ ମହାଦେବ ପୂଜା ପାଆନ୍ତି। ବିଶ୍ୱାସ କରାଯାଏ ମହାଦେବ ଙ୍କ ଦର୍ଶନ କଲେ ଭକ୍ତ ଙ୍କ ମନସ୍କାମନା ପୂରଣ ହୋଇଥାଏ।ଏଣୁ ଜିଲ୍ଲାର ଦୂରଦୂରାନ୍ତ ରୁ ହଜାର ହଜାର ଭକ୍ତ ଦର୍ଶନ ପାଇଁ ମନ୍ଦିର ଯାଇଥାନ୍ତି।କିନ୍ତୁ ମନ୍ଦିର କୁ ଯିବା ପାଇଁ ଏକ ଭଲ ରାସ୍ତା ନାହିଁ ।କେବଳ ମାଟି ଓ ମୋରମ ରାସ୍ତା ଥିବାରୁ ବର୍ଷା ଦିନରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଅଞ୍ଚଳ ବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। ମନ୍ଦିର ର ବିକାଶ ସଙ୍ଗେ ସଙ୍ଗେ ମନ୍ଦିର କୁ ଯିବା ରାସ୍ତା ପକ୍କା ରାସ୍ତା ତିଆରି ହେଲେ ଏହା ଏକ ତୀର୍ଥ କ୍ଷେତ୍ର ପରିଣତ ହୋଇପାରିବ ବୋଲି ତାଙ୍କର ଆଶା ଓ ବିଶ୍ୱାସ।
ଏଣୁ ଜିଲ୍ଲା ପ୍ରସାଶନ ଦୃଷ୍ଟି ଦେବାକୁ ଦାବୀ ହେଉଛି।