logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କେନ୍ଦୁଝରଗଡ ରେ କାଳବୈଶାଖୀ: ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳି ମାରିବା ସହ ବର୍ଷା।

କେନ୍ଦୁଝରଗଡ ରେ କାଳବୈଶାଖୀ: ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳି ମାରିବା ସହ ବର୍ଷା।

କେନ୍ଦୁଝରଗଡ: ୨୩/୦୫ (ଖଣ୍ଡାଧାର ନିଉଜ) ଆଜି ଅପରାହ୍ନ ୨ ଘଟିକାରେ କେନ୍ଦୁଝର ସହର ଓ ଆଖପାଖ ଗ୍ରାମାଞ୍ଚଳରେ ପ୍ରାୟତଃ ୪୫ ମିନିଟ୍ କାଳବୈଶାଖୀ ବର୍ଷା, ପ୍ରବଳ ପବନ ବହିବା ସହିତ ଘଡ଼ଘଡ଼ି ବିଜୁଳି ମାରିବା ଦେଖିବାକୁ ମିଳିଅଛି। ଖବର ପ୍ରକାଶ କରିବା ପର୍ଯ୍ୟନ୍ତ କୌଣସି ପ୍ରକାରର କ୍ଷୟକ୍ଷତି ତଥା କାହାର ଜୀବନହାନୀର ସୂଚନା ମିଳିନାହିଁ। ପ୍ରବଳ ରୌଦ୍ରତାପ ରୁ କେନ୍ଦୁଝର ସହରବାସୀ ଏବଂ ସନ୍ନିକଟ ଗ୍ରାମାଞ୍ଚଳ ବାସୀଙ୍କୁ କିଛିଟା ଆଶ୍ବସ୍ତି ମିଳିଛି। ଘଡ଼ଘଡ଼ି ବିଜୁଳି ମାରିବା ଓ ପ୍ରବଳ ପବନ ବହିବା କାରଣରୁ ବିଦ୍ୟୁତ୍ ବିଛିନ୍ନ ରହିଥିବା ବେଳେ ପୁନର୍ବାର ପାଗ ପରିବର୍ତ୍ତନ ହେବାପରେ ବିଦ୍ୟୁତ ସେବା ପ୍ରଦାନ କରାଯାଇଛି। ଭୂବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଅନୁସାରେ ଆଗକୁ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏହା ସହିତ ବିଭିନ୍ନ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ମାରିବା ସହିତ ବିଭିନ୍ନ ସ୍ଥାନରେ ପବନ ବହିବା ସହିତ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ପୂର୍ବାନୁମାନ କରାଯାଇଛି। କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମଧ୍ଯ ଉପରୋକ୍ତ ପାଣିପାଗ ସୂଚନା ସମାନ ଭାବରେ ପ୍ରଜୁଯ୍ୟ, ତେଣୁ ଜନସାଧାରଣ ଏଥିପାଇଁ ସଚେତନ ରହିବା ଉଚିତ୍।

14
1072 views

Comment