logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ନୂତନ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ; ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ।

ନୂତନ ଶିଶୁ ମଙ୍ଗଳ ସମିତି ଗଠନ ସମ୍ପର୍କିତ ବିଜ୍ଞପ୍ତି ସ୍ଥଗିତ; ପୂର୍ବ କମିଟି ଜାରି ରଖିବ କାର୍ଯ୍ୟ।

କେନ୍ଦୁଝର, ମେ ୨୧: କେନ୍ଦୁଝର ଜିଲ୍ଲା ଶିଶୁ ମଙ୍ଗଳ ସମିତି ଗଠନକୁ ନେଇ ଚାଲୁଥିବା ଆଇନଗତ ପ୍ରକ୍ରିୟା ମଧ୍ୟରେ ଓଡିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଜାରି କରାଯାଇଛି। ବିଭାଗ ଜଣାଇଛି ଯେ, ନୂତନ ଶିଶୁ କଲ୍ୟାଣ ସମିତି ଗଠନ ସମ୍ବନ୍ଧୀୟ ନୋଟିଫିକେଶନ୍‌କୁ ଅସ୍ଥାୟୀଭାବେ ସ୍ଥଗିତ ରଖାଯାଇଥିବାବେଳେ ବର୍ତ୍ତମାନର ସମିତି ତାଙ୍କ କାର୍ଯ୍ୟ ଜାରି ରଖିବ।

ବିଭାଗ ପକ୍ଷରୁ ୧୯ ମେ ୨୦୨୬ ରେ ଜାରି ହୋଇଥିବା ନୋଟିଫିକେଶନ୍‌ ନଂ ୧୧୩୫୯/WCD ଅନୁଯାୟୀ କେନ୍ଦୁଝର ଜିଲ୍ଲା ପାଇଁ ତିନି ବର୍ଷ ନିମନ୍ତେ ଏକ ନୂତନ ଶିଶୁ କଲ୍ୟାଣ ସମିତି ଗଠନ କରାଯାଇଥିଲା। ତେବେ ପ୍ରକାଶିତ ବିଜ୍ଞପ୍ତିରେ ଓଡିଶା ସର୍ବୋଚ୍ଚ ନ୍ୟାୟାଳୟରେ ଚାଲିଥିବା W.P.(C) No. 12759 of 2026 ମାମଲାର ଅନ୍ତିମ ରାୟ ଉପରେ ନିର୍ଭରଶୀଳ ରହିବ ବୋଲି ସେଥିରେ ସ୍ପଷ୍ଟ କରାଯାଇଥିଲା।

ପରେ, ୨୧ ମେ ୨୦୨୬ ରେ ବିଭାଗ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୧୧୪୫୭ ମାଧ୍ୟମରେ ଅବଗତ କରାଯାଇଥିଲା ଯେ, ଉକ୍ତ ରିଟ୍ ପିଟିସନ୍‌ର ଶୁଣାଣି ଚାଲିଥିବାରୁ ୧୯.୦୫.୨୦୨୬ ର ନୋଟିଫିକେଶନ୍‌କୁ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ଏହା ସହିତ, ବିଭାଗ ୨୧ ମେ ୨୦୨୬ ରେ ଜାରି କରିଥିବା ବିଜ୍ଞପ୍ତି‌ ସଂଖ୍ୟା ୧୧୪୬୮ ଅନୁଯାୟୀ, ବର୍ତ୍ତମାନର କେନ୍ଦୁଝର ଶିଶୁ କଲ୍ୟାଣ ସମିତିର କାର୍ଯ୍ୟକାଳ ମିଆଦ ୧୨.୦୫.୨୦୨୬ ଠାରୁ ଆଉ ଗୋଟିଏ ମାସ କିମ୍ବା ନୂତନ ସମିତି ଗଠନ ହେବା ପର୍ଯ୍ୟନ୍ତ, ଯେଉଁଟି ପ୍ରଥମେ ହେବ, ସେପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ବିଭାଗର ଏହି ସ୍ପଷ୍ଟୀକରଣ ପରେ ଏହା ସ୍ପଷ୍ଟ ହୋଇଛି ଯେ, ୧୯ ମଇରେ ଘୋଷିତ ନୂତନ ସମିତି ପରବର୍ତ୍ତୀ ନିର୍ଦ୍ଦେଶନାମା ଆସିବା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି ଏବଂ ଶିଶୁ ସୁରକ୍ଷା ଓ କଲ୍ୟାଣ ସେବାରେ ଯେପରି କୌଣସି ବ୍ୟାହତ ନହୁଏ ସେଥିପାଇଁ ବର୍ତ୍ତମାନର ସମିତି ଅସ୍ଥାୟୀଭାବେ କାର୍ଯ୍ୟ ଜାରି ରଖିବ।

ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।

3
540 views

Comment