logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଡିଜେଲ ଅଭାବରୁ ଖଣି ପରିବହନ ବାଧା ପ୍ରାପ୍ତ।

ଡିଜେଲ ଅଭାବରୁ ଖଣି ପରିବହନ ବାଧା ପ୍ରାପ୍ତ।

ବାଂଶପାଳ:୨୩/୦୫, କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ବାଂଶପାଳ ବ୍ଲକର ଶୁଆକାଟି ଅଞ୍ଚଳରେ ଥିବା ପୁତୁଲିପାଣି ଖଣିରେ ଦୀର୍ଘ ଏକ ମାସରୁ ଅଧିକ ଦିନ ହେବ ଡିଜେଲ ଅଭାବରୁ ଗାଡିଗୁଡିକ ଦୁଇରୁ ତିନି ଦିନ ଧରି ଛିଡା ହୋଇ ଯାଉଥିବାରୁ ଡ୍ରାଇଭର ଏବଂ ମାଲିକମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି l ଏ ପ୍ରସଙ୍ଗରେ ଡ଼ି. ଭି ପ୍ରଯେକ୍ଟର କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ଡିଜେଲର ଘୋର ଅଭାବ ଯୋଗୁ ଖଣିପରିବହନ କାର୍ଯ୍ୟ ଘୋର ଭାବରେ ବାଧାପ୍ରାପ୍ତ ହେବା ସହ ଲୋଡରରେ ତେଲ ଅଭାବ ଯୋଗୁ ଠିକ ଭାବରେ ଗାଡିଗୁଡିକୁ ଲୋଡ଼ ଦେବାକୁ ଆମେ ଅକ୍ଷମ ବୋଲି କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟl

340 views

Comment