ଉପରଜାଗରଠାରେ ଵିଶାଳ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ।
ଉପରଜାଗରଠାରେ ଵିଶାଳ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ।
କେନ୍ଦୁଝର:୨୨/୦୫, ନରମେଦେସ୍ୱରାୟ ଖଣି ପ୍ରଭାବିତ ଅଞ୍ଚଳବାଶୀ ଓ ଭୂମିକା ଚକ୍ଷୁଚିକିତ୍ସାଳୟ କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ବିଶାଳ ମାଗଣା ଚକ୍ଷୁ ପରୀକ୍ଷାଶିବିର ଉପରଜାଗର ଠାରେ ଦୁଇଦିନ ଧରି ଅନୁଷ୍ଠିତ ହେଉଅଛି l ଏହି ବିଶାଳ ଚକ୍ଷୁ ଶିବିରକୁ ପୁତୁଲିପାଣି ମାଇନ୍ସର ପରିଚାଳକ ଶ୍ରୀ ଅମଲ ଓଝା ପ୍ରଫେସର ଡାକ୍ତର ଶ୍ରୀ ସନ୍ତୋଷ କୁମାର ସେଠୀ ଭୂମିକା ଚିକିତ୍ସାଳୟର ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟକେଶରୀ ଜେନା ଉପଦେଷ୍ଟା ଶ୍ରୀ ଭକ୍ତବତ୍ସଳ ମହାନ୍ତି ଶ୍ରମିକନେତା ତଥା ଯୁବସମାଜସେବୀ ଶ୍ରୀ ଖଗେଶ୍ୱର ପୂର୍ତ୍ତି ସମାଜସେବି ଅଞ୍ଜନ କୁମାର ବେଜ ପୁତୁଲିପାଣି ମାଇନ୍ସର ନିର୍ଦେଶକ ଶ୍ରୀ ରାଜେଶ ପଟେଲ ମିଳିତ ଭାବରେ ଫିତାକାଟି ଏବଂ ମାତାରିଣୀଙ୍କ ଫଟ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶିବିରଟିକୁ ଉଦଘାଟନ କରିଥିଲେ l ପୁତୁଲିପାଣି ମାଇନ୍ସର ପରିଚାଳକ ଶ୍ରୀ ଅମଲ ଓଝା ନିଜ ବକ୍ତବ୍ୟରେ କହିଲେ ଟ୍ରଷ୍ଟ ତରଫରୁ ଯଉ ମହତ କାର୍ଯ୍ୟ ହାତକୁ ନିଆଯାଇଛି ତାହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ l କମ୍ପାନୀ ତରଫରୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ସେ କହିଥିଲେ l ଭୂମିକା ଚିକିତ୍ସାଳୟ ତରଫରୁ ଶ୍ରୀ କର୍ଣ୍ଣାଟକେଶରୀ ଜେନା ଓ ଭକ୍ତବତ୍ସଳ ମହାନ୍ତି କହିଲେ ଚକ୍ଷୁ ଆମ ଶରୀରର ସୁକ୍ଷ୍ମ ଇନ୍ଦ୍ରିୟ ଅଟେ l କାହାର ମୋତିଆ ବିନ୍ଦୁ ହୋଇଥିଲେ ତୁରନ୍ତ ପରୀକ୍ଷା କରି ତାର ଚିକିତ୍ସା କରିବାକୁ ପରାମର୍ଶ ଦେଇଥିଲେ l ପ୍ରଫେସର ସନ୍ତୋଷ କୁମାର ସେଠୀ କହିଲେ ଚକ୍ଷୁଦାନ ଏକ ମହତ ଦାନ ଅଟେ l ଶ୍ରମିକନେତା ତଥା ଯୁବସମାଜସେବୀ ଶ୍ରୀ ଖଗେଶ୍ୱର ପୂର୍ତ୍ତି ଏହି ଶିବିରର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ l ଭୂମିକା ଚକ୍ଷୁ ଚିକିତ୍ସାଳୟର କୋଡିଏ ଜଣିଆ ଟିମ ଚକ୍ଷୁ ପରୀକ୍ଷା ଚଷମା ପରୀକ୍ଷା ମୋତିଆ ବିନ୍ଦୁ କାର୍ଯ୍ୟରେ ଲିପ୍ତ ଥିଲେ l ପାଖାପାଖି ଅଞ୍ଚଳର ବହୁ ବନବାଶୀ ନିଜର ଚକ୍ଷୁ ପରୀକ୍ଷା କରିଥିଲେ l ସାମ୍ବାଦିକ ସତ୍ୟଜିତ ମିଶ୍ର ସଭାକାର୍ଯ୍ୟଟିକୁ ସଂଯୋଜନା କରିଥିଲେ।
ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟl