logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ପ୍ରସ୍ତାବିତ ଜେ ଏସ ଡବ୍ଲୁ ଗୋଡି ପୋଖରୀ ଗ୍ରାମସଭା ଏକର ପିଛା ୩୦ କୋଟି ଦାବି।

ପ୍ରସ୍ତାବିତ ଜେ ଏସ ଡବ୍ଲୁ ଗୋଡି ପୋଖରୀ ଗ୍ରାମସଭା ଏକର ପିଛା ୩୦ କୋଟି ଦାବି।

ପାଟଣା-୨୨/୦୫, ପାଟଣା ତହସିଲ ଅଞ୍ଚଳରେ ପ୍ରସ୍ତାବିତ ଜେ ଏସ ଡବ୍ଲୁ ପୋସ୍କୋ ର ବୃହତ ଇସ୍ପାତ କାରଖାନା ନିମନ୍ତେ ଆଜି ଜମି ଅଧିଗ୍ରହଣ ପାଇଁ ଆଜି ଅଷ୍ଟମ ଗ୍ରାମସଭା ଜମୁନାପଶି ପଞ୍ଚାୟତ ଗୋଡିପୋଖରୀ ଗ୍ରାମରେ ସରପଞ୍ଚ ଶଶୀଭୂଷଣ ନାଏକ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇ ଯାଇଛି।ସଭାରେ ଅତିରିକ୍ତ ଜିଲ୍ଲାପାଳ ତଥା ଭୁ ଅର୍ଜନ ଅଧିକାରୀ ରବୀନ୍ଦ୍ର କୁମାର ପ୍ରଧାନ, ପାଟଣା ବିଡିଓ ମାନସ କୁମାର ଦଣ୍ଡପାଟ, ତହସିଲଦାର ଅଶ୍ୱିନୀ କୁମାର ନାଏକ, ଇଡକୋ ଜମି ଅଧିଗ୍ରହଣ ଅଧିକାରୀ ଜୟ କିଶୋର ପାତ୍ର ,ୱାର୍ଡ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଗ୍ରାମ ସଭାରେ ଦେଢ଼ହଜାରରୁ ଅଧିକ ଲୋକ ଥିବା ବେଳେ ଗ୍ରାମବାସୀ ଙ୍କ ପକ୍ଷରୁ ମୋଟ 51 ଦଫା ଦାବି ସମ୍ବଳିତ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରା ଯାଇଥିଲା। ପ୍ରମୁଖ ଦାବି ମଧ୍ୟରେ ଜମି ହରା ମାନଙ୍କୁ ଏକର ପ୍ରତି 30 କୋଟି ଟଙ୍କା କ୍ଷତିପୂରଣ ଦିଆଯିବା ସହ ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଜଳସେଚନ ଓ ଗମନାଗମନ ଆଦି ମୌଳିକ ସୁବିଧା ସହ ବିଭିନ୍ନ ପ୍ରକାର ସହାୟତା ସମ୍ପର୍କରେ ଉଲ୍ଲେଖ ଥିଲା।ସୂଚନାଯୋଗ୍ୟ ଯେ 2 ଟି ପଞ୍ଚାୟତ ର ମୋଟ 12 ଟି ଗ୍ରାମ ଇଲାକାରେ ଲୋକ ମାନଙ୍କୁ ବାସଚ୍ୟୁତ ନକରି କେବଳ ଚାଷ ଜମି ଅଧିଗ୍ରହଣ କରାଯିବାକୁ ଯାଉଥିବା ଏଠାରେ ଅତିରିକ୍ତ ଜିଲ୍ଲାପାଳ ଗଣମାଧ୍ୟମ ସୂଚନା ଦେଇଛନ୍ତି। ଆଜି ପର୍ଯ୍ୟନ୍ତ ମୋଟ 8 ଟି ଗ୍ରାମସଭା ଶେଷ ହୋଇଥିବା ଓ ଅବଶିଷ୍ଟ 4 ଟି ପର୍ଯ୍ୟାୟ କ୍ରମେ କରାଯିବ ବୋଲି କହିଥିଲେ। କେନ୍ଦୁଝର ପୁଲିସ ପକ୍ଷରୁ ଏଠାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରା ଯାଇଥିଲା।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

15
733 views

Comment