ଆକ୍ସନ ମୁଡରେ ପାଟଣା ପୋଲିସ।
ଆକ୍ସନ ମୁଡରେ ପାଟଣା ପୋଲିସ।
ପାଟଣା:୨୨/୦୫, (ଖଣ୍ଡାଧାର ନିଉଜ) ହାଣ୍ଡିଆ ରସି ଭାଟିରେ ଚଢ଼ାଉ କରି ଭାଟି କୁ ଭାଙ୍ଗିଲା ପାଟଣା ପୋଲିସ। କେନ୍ଦୁଝର ଜିଲ୍ଲା ପାଟଣା ଥାନା କଫୁଣ୍ଡି ଯିବା ରାସ୍ତାରେ ଦୀର୍ଘ ଦିନ ହେବ ହାଣ୍ଡିଆ, ରସି, ମହୁଲ ମଦ ବିକ୍ରି ହେଉଥିଲା; ଆଜି କୈାଣସି ସୂତ୍ରରୁ ଖବର ପାଇ ପାଟଣା ପୋଲିସ ପହଞ୍ଚିଥିଲା। ହାଣ୍ଡିଆ ରସି ଭାଟି ଉପରେ ଚଢ଼ାଉ କରି ସବୁ ହାଣ୍ଡିଆ ରସି ଭାଟି କୁ ଭାଙ୍ଗିଛି ପାଟଣା ପୋଲିସ। ଆଗକୁ ଆହୁରି ଏପରି ଚଢ଼ାଉ କରା ଯିବ ବୋଲି ପାଟଣା ପୋଲିସ ପକ୍ଷରୁ ସୁଚନା ମିଳିଛି।
ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।