BJP MAHILA MORCHA RALLY AT MAJJIGUDA, K.SINGPUR BLOCK
ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ( ଶିକରପାଇ) ମଣ୍ଡଳରେ ଭାଜପା ପକ୍ଷରୁ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଛି ବିଶାଳ ‘ଜନ ଆକ୍ରୋଶ ମହିଳା ସମାବେଶ’। ନାରୀ ସଶକ୍ତିକରଣ ଓ ମହିଳା ସଂରକ୍ଷଣ ବିଲ୍କୁ ନେଇ କଂଗ୍ରେସ ସମେତ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଥିଲା ଭାଜପା । ମଣ୍ଡଳ ସଭାପତି ଅନିଲ କୁମାର ଜାଡିଙ୍କ ନେତୃତ୍ୱରେ ମଣ୍ଡଳର ପଦାଧିକାରୀ, ବରିଷ୍ଠ କାର୍ଯ୍ୟକର୍ତ୍ତା, ବିଜେପି ସମର୍ଥକ ଏବଂ ଶତାଧିକ ମହିଳା ଏହି ସମାବେଶରେ ଯୋଗଦେଇଥିଲେ।
ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ରଜିତା କୋରଡ଼ାଙ୍କ ପ୍ରେରଣାଦାୟୀ ଉପସ୍ଥିତିରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ନାରୀ ଶକ୍ତିର ସମ୍ମାନ ଓ ଅଧିକାର ପାଇଁ କେନ୍ଦ୍ର ସରକାର ଆଣିଥିବା ଐତିହାସିକ ମହିଳା ସଂରକ୍ଷଣ ବିଲ୍କୁ କଂଗ୍ରେସ ସମେତ ଅନ୍ୟାନ୍ୟ ବିରୋଧୀ ଦଳ ବିରୋଧ କରିଥିବା ଅଭିଯୋଗ କରାଯାଇଥିଲା।
ବିଲ୍ ସପକ୍ଷରେ ଭୋଟ୍ ନ ଦେଇ କଂଗ୍ରେସ ମହିଳାମାନଙ୍କ ସ୍ୱାର୍ଥକୁ ଜଳାଞ୍ଜଳି ଦେଇଛି ବୋଲି ଅଭିଯୋଗ କରି ଶତାଧିକ ମା’ ଓ ଭଉଣୀ ରାଜରାସ୍ତାକୁ ଓହ୍ଲାଇଥିଲେ। ସମାବେଶରେ ବିରୋଧୀଙ୍କ ମହିଳା ବିରୋଧୀ ନୀତି ବିରୁଦ୍ଧରେ ଗର୍ଜିଥିଲା ମହିଳା ଶକ୍ତି।
ପରେ ଏକ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିବା ବେଳେ ଆଗାମୀ ଦିନରେ ମହିଳାଙ୍କ ହକ୍ ଓ ଅଧିକାର ପାଇଁ ଏହି ଆନ୍ଦୋଳନ ଜାରି ରହିବ ବୋଲି ସଂକଳ୍ପ ନିଆଯାଇଥିଲା।