logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଛାତ୍ରୀ ଶୁଭସ୍ମିତା ମହାନ୍ତଙ୍କୁ "ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ"।

ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଛାତ୍ରୀ ଶୁଭସ୍ମିତା ମହାନ୍ତଙ୍କୁ "ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ"।

କେନ୍ଦୁଝର -୨୨/୦୫ (ଖଣ୍ଡାଧାର ନିଉଜ) ଓଡ଼ିଶା ରାଜୀବ ଗାନ୍ଧୀ ଛାତ୍ର ଫୋରମ , ଭୁବନେଶ୍ୱର ଦ୍ୱାରା ରାଜ୍ୟସ୍ତରୀୟ ରାଜୀବ ଗାନ୍ଧୀ ପ୍ରତିଭା ସମ୍ମାନ ପୁରସ୍କାର ବିତରଣ ସମାରୋହ ତା୨୧.୫.୨୦୨୬ରିଖ ଜୟଦେବ ଭବନରେ ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜଷ୍ଟିସ ଡି ପି ଚୌଧୁରୀ , ସମ୍ମାନନୀୟ ଅତିଥି ଭାବରେ ଡ. ପବିତ୍ର ମୋହନ ସାମନ୍ତରାୟ , ରାଜୀବ ଗାନ୍ଧୀ ଛାତ୍ର ଫୋରମ ର ସଭାପତି ଭୁବନେଶ୍ୱର ସତ୍ୟବ୍ରତ ନାୟକ , ଅରବିନ୍ଦ ଦାସ ଫକୀରମୋହନ ମହାବିଦ୍ୟାଳୟର ପୂର୍ବତନ କୁଳପତି ଡ. କୁମର ବର ଦାସ , ଜଟଣୀ ର ପୂର୍ବତନ ମନ୍ତ୍ରୀ ଓ ଓଡିଶା ର ପ୍ରିୟ ସୁରେଶ ଚାନ୍ଦ୍ର ରାଉତରାୟ ଯୋଗ ଦେଇଥିଲେ । ଏଥିରେ କଳା , ସଂସ୍କୃତି , ଏବଂ ସମାଜସେବା ଇତ୍ୟାଦି ରେ ବଳିଷ୍ଠ ଅବଦାନ ପାଇଁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରା ଯାଇଛି । ଏଥିରେ ଧରଣୀଧର ବିଶ୍ୱବିଦ୍ୟାଳୟର ଶୁଭସ୍ମିତା ମହାନ୍ତ ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇ ବିଶ୍ୱବିଦ୍ୟାଳୟର ଗୌରବ ବର୍ଦ୍ଧନ କରିଛନ୍ତି । ତାଙ୍କର ଏହି ସଫଳତା ପାଇଁ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି। ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

16
729 views

Comment