ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ
ଦେବଗଡ଼, ତା. ୨୨.୦୫.୨୦୨୬ ରିଖ :- ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସଡକ ସୁରକ୍ଷା କମିଟି ବୈଠକ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ କେଶବ ଚନ୍ଦ୍ର ନାଏକଙ୍କ ଆବାହନ କ୍ରମେ ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ମାନ୍ୟବର ବିଧାୟକ ଶ୍ରୀ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଭାରପ୍ରାପ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଧୀରଜ୍ ଚପରଦାର ଓ ଉପଜିଲ୍ଲାପାଳ ଶ୍ରୀ ପରିକ୍ଷିତ ସାହୁ ଯୋଗଦେଇ ସଡକ ସୁରକ୍ଷା ସମ୍ପର୍କିତ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ। ବୈଠକରେ ନିମ୍ନଲିଖିତ ମୁଦ୍ଦାଗୁଡିକ ଉପରେ ବିଶେଷ ଆଲୋକପାତ କରାଯାଇଥିଲା— ମଦ ବିକ୍ରୟ ହେଉଥିବା ଢାବାଗୁଡିକର ନିୟମିତ ଯାଞ୍ଚ ଏନ୍ଏଚ୍-୪୯ ପାର୍ଶ୍ୱରେ ଥିବା ଅବୈଧ ଦୋକାନ ଚିହ୍ନଟ ଓ ଉଚ୍ଛେଦ
ପୌରପରିଷଦ ଅଞ୍ଚଳରେ ଯାନବାହନର ବେଗ ନିୟନ୍ତ୍ରଣ
ଯାନ ଚାଳନା ସମୟରେ ହେଲମେଟ ଓ ସିଟବେଲ୍ଟ ବ୍ୟବହାରକୁ କଢ଼ାକଡ଼ି ସରକାରୀ ନିୟମ ଅନୁସାରେ ନିର୍ଦ୍ଧାରିତ ଗତିରେ ଯାନ ଚଳାଇବା ନୂତନ କେନ୍ଦ୍ରୀୟ ବିଦ୍ୟାଳୟ ନିକଟରେ ଟ୍ରାଫିକ ନିୟନ୍ତ୍ରଣ
ପୌରପରିଷଦ ଡ୍ରେନେଜ୍ ଉପରେ ଥିବା ଅବୈଧ ଦୋକାନ ଉଚ୍ଛେଦ ଏହି ବୈଠକରେ ଅଧିକ୍ଷଣ ଯନ୍ତ୍ରୀ (ରାସ୍ତା ଓ ଗୃହ ବିଭାଗ) ଶ୍ରୀ ଅଭିଷେକ ଓଝା, ପୌରପରିଷଦର ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ କଳିଙ୍ଗ ଆଶିଷ ଶତପଥି, ଟିପିଡବ୍ଲୁ ନିର୍ବାହୀ ଯନ୍ତ୍ରୀ ଶ୍ରୀ ରାଜୁ ସାହା, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଗେନ୍ଦ୍ରା କୁଜୁର, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଶିଶିର କୁମାର ପୁହାଣ, ଅବକାରୀ ଆରକ୍ଷୀ ଅଧିକ୍ଷକ ଶ୍ରୀମତୀ ବାସନ୍ତୀ ପ୍ରଭା ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ମନୋରଞ୍ଜନ ସୂତାର, ସାମ୍ବାଦିକ ଶ୍ରୀ ସିଦ୍ଧାର୍ଥ ଗୁରୁ, ଶ୍ରୀ ସତ୍ୟନାରାୟଣ ମିଶ୍ର, ଶ୍ରୀ କୁମୁଦ ବନ୍ଧୁ ଶତପଥି ଓ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।