logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କୁଲଙ୍ଗ ଠାରେ ମାଗଣା ବିଶାଳ ଚକ୍ଷୁ ପରୀକ୍ଷା ଶିବିର।

କୁଲଙ୍ଗ ଠାରେ ମାଗଣା ବିଶାଳ ଚକ୍ଷୁ ପରୀକ୍ଷା ଶିବିର।

କେନ୍ଦୁଝର:୨୧/୦୫, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ ଭୂମିକା ଚକ୍ଷୁ ଚିକିତ୍ସାଲୟ,କେନ୍ଦୁଝର ର ମିଳିତ ଆନୁକୂଲ୍ୟରେ, ବିମଳା ପଂଚାୟତ ର କୁଳଙ୍ଗ ଓ ରାଇସୁଆଁ ପଂଚାୟତର ରାଣିବେଡା ଠାରେ ପୃଥକ ପୃଥକ ବିଶାଳ ମାଗଣା ଚକ୍ଷୁ ଶିବିର ଅନୁଷ୍ଠିତ ହୋଇଯାଇଛି l ଭୂମିକା ଅନୁଷ୍ଠାନ ରାଜ୍ୟ ପରିଚାଳକ ଶ୍ରୀ କର୍ଣ୍ଣାଟ କିଶୋର ଜେନାଙ୍କ ତତ୍ୱାବଧାନରେ, ଉପଦେଷ୍ଟା ଶ୍ରୀ ଭକ୍ତ ବତ୍ସଳ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଶିବିର ରେ କୁଲଙ୍ଗ, ବଲାଙ୍ଗୀ ସାଇ, କୁଡୁବିଲ, ପନାସିଆ, ବଳଭଦ୍ରପୁର, ଝାଟିକିପଶି, ରାଇସୁଆଁ, ରାଣିବେଡା, ପଟିଲ, ବୀରବରପୁର ଆଦି ଗ୍ରାମରୁ 106 ଜଣ ରୋଗୀଙ୍କର ଚକ୍ଷୁ ପରୀକ୍ଷା କରାଯାଇଛି l ଭୂମିକା ଅନୁଷ୍ଠାନ ର ଶୀତତାପ ନିୟନ୍ତ୍ରିତ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସାଲୟ ମାଧ୍ୟମରେ, ଭୂମିକା ଚକ୍ଷୁ ଚିକିତ୍ସାଲୟ କେନ୍ଦୁଝର ଅପ୍ଟମ ମଧୁସ୍ମିତା ମାଝୀ, ସ୍ୱାସ୍ଥ୍ୟ ସେବିକା ଲିଜା ନାୟକ,ସ୍ୱାସ୍ଥ୍ୟ ସଂଗଠକ ଶ୍ରୀ ସରୋଜ କୁମାର ବାରିକଙ୍କ ସେବା ଦ୍ୱାରା 21ମୋତିଆବିନ୍ଦୁ ରୋଗୀ ଚି଼ହ୍ନଟ କରି ଥିଲେ l ସେମାନଙ୍କ ମଧ୍ୟରୁ 16 ଜଣ ମୋତିଆ ବିନ୍ଦୁ ରୋଗୀଙ୍କୁ ଅସ୍ତ୍ରଉପଚାର ନିମନ୍ତେ ଆଜି ଭୂମିକା ଚିକିତ୍ସାଲୟ କେନ୍ଦୁଝର କୁ ପ୍ରେରଣ କରାଯାଇଛି l ଚଷମା ପରୀକ୍ଷା କରାଯାଇ, 18:ଜଣଙ୍କୁ ମାଗଣା ଚଷମା ବଣ୍ଟନ କରାଯାଇଛି l ଆଶା ମାଆ ଜୟନ୍ତୀ ଖଣ୍ଡା ଓ ରେଣୁବାଳା ନାୟକ, ଅଙ୍ଗନ ବାଡ଼ି କର୍ମୀ ତପିମଣି ନାୟକ ଓ ମିନାକ୍ଷୀ ମହାନ୍ତ, ଶିକ୍ଷୟତ୍ରୀ ରେବତୀ ନାୟକ ଏବଂ ଆଦିବାସୀ ମୁଖିଆ ଶିରୀଶ ଚନ୍ଦ୍ର ନାୟକ ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ।

ଖଣ୍ଡାଧାର ନିଉଜ- ମନୋଜ ପଟେଲଙ୍କ ରିପୋର୍ଟl

16
1190 views

Comment