logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଚିପସ ବୋଝେଇ ହାଇବାକୁ ୨ ଲକ୍ଷ ୭୭ ହଜାର ଜୋରିମାନା।

ଚିପସ ବୋଝେଇ ହାଇବାକୁ ୨ ଲକ୍ଷ ୭୭ ହଜାର ଜୋରିମାନା।

ପାଟଣା-୨୧/୦୫, ପାଟଣା ପୁଲିସ ଆଜି ପୂର୍ବାହ୍ନ ରେ 220 ନଂ ଜାତୀୟ ରାଜପଥ ପାଟଣା ବୈତରଣୀ ପୋଲ ନିକଟରେ ୪ ଟି ହାଇବା ଗାଡ଼ିରେ ଚିପି ଅଭର ଲୋଡ୍ କରି ଚଣ୍ଡିଖୋଲ ରୁ କରଞ୍ଜିଆ ଅଭିମୁଖେ ଯାଉଥିବା ସମୟରେ ପାଟଣା ପୋଲିସ ଅଟକ ରଖିଥିଲା। ଗାଡି ଗୁଡିକ ଚଣ୍ଡିଖୋଲ ଅଞ୍ଚଳରୁ ଚିପସ ନେଇ ମୟୁରଭଞ୍ଜ କରଞ୍ଜିଆକୁ ଯାଉଥିବା ବେଳେ ପୁଲିସ ଅଟକ କରିଥିଲେ। ଚିପସ ବୋଝେଇ 4 ଟି ହାଇଭାକୁ ଜବଦ କରି ଥାନା ନିକଟକୁ ନେବା ସହ ଜିଲ୍ଲା ପରିବହନ ଅଧିକାରୀ ଙ୍କୁ ସୂଚନା ଦେଇଥିଲେ। ଖବର ପାଇ ପରିବହନ ବିଭାଗର ଟି ଆଇ ଶ୍ରୀ ସୋରେନ ପାଟଣା ଥାନାରେ ପହଞ୍ଚି ଯାଞ୍ଚ କରିବା ପରେ ହାଇଭା ଗୁଡିକୁ 2 ଲକ୍ଷ 77 ହଜାର ଟଙ୍କା ଜୋରିମାନା କରିଥିବା ଜଣାପଡିଛି। ଜୋରିମାନା ପଇଠ ପରେ ହାଇଭା ଗୁଡିକୁ ପୁଲିସ ଛାଡି ଦେଇଥିବା ସୁଚନା ମିଳିଛି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।

9
1136 views

Comment