କୁଶଳେଶ୍ୱର କଲେଜ ସ୍କାଉଟ ବିଭାଗ କୁ ଜାତୀୟ ପୁରସ୍କାର।
କୁଶଳେଶ୍ୱର କଲେଜ ସ୍କାଉଟ ବିଭାଗ କୁ ଜାତୀୟ ପୁରସ୍କାର
-----------------------------------
ଘଷିପୁରା ୨୧/୦୫ ରେକୁଟିଆ ସ୍ଥିତ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରୋଭର ବିଭାଗ କୁ ଜାତୀୟ ସ୍ତରୀୟ ସମ୍ମାନନୀୟ ଲକ୍ଷ୍ମୀ ମଜୁମଦାର ପୁରସ୍କାର ପ୍ରଦାନ କରାଯାଇଛି l ରୋଭର ସ୍କାଉଟ ଲିଡର ଅଧ୍ୟାପକ ଡ. ବିଜୟ କୁମାର ସାହୁ ଙ୍କ ନେତୃତ୍ୱ ରେ କଲେଜ ର ରୋଭର ବିଭାଗ ଉଲ୍ଲେଖନୀୟ କାର୍ଯ୍ୟ କରି ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ଏହି ଗୌରବ ହାସଲ କରି ଛନ୍ତି l ଭୁବନେଶ୍ୱର ସ୍ଥିତ ଲୋକଭବନ ର ଅଭିଷେକ ଭବନ ରେ ମହାମହିମ ରାଜ୍ୟପାଳ ଡ. ହରି ବାବୁ କଂଭମପତି ଏହି ଜାତୀୟ ପୁରସ୍କାର କଲେଜ ର ଅଧ୍ୟକ୍ଷ ସଞ୍ଜୟ କୁମାର ମିଶ୍ର ଓ ଡ. ବିଜୟ କୁମାର ସାହୁ ଙ୍କୁ ପ୍ରଦାନ କରିଥିଲେ l ଏହି ବର୍ଣ୍ଣlଢ୍ୟ ଉତ୍ସବ ରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓ ଓଡିଶା ରାଜ୍ୟ ଭାରତ ସ୍କାଉଟ ଓ ଗାଇଡ଼ ର ମୁଖ୍ୟ କମିଶନର ତଥା ଭାରତ ସ୍କାଉଟ ଓ ଗାଇଡ଼ ର ଉପସଭାପତି ଡ. କାଳୀ ପ୍ରସାଦ ମିଶ୍ର ଉପସ୍ଥିତ ଥିଲେ l ଏହି ସଫଳତା ପାଇଁ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଗଣ ଅଭିନନ୍ଦନ ଜଣାଇଛନ୍ତି।
ଖଣ୍ଡାଧାର ନିଉଜ- ବିଜୟ ଜେନାଙ୍କ ରିପୋର୍ଟl