ଚମ୍ପୁଆ ବ୍ଲକରେ କଲଭର୍ଟ ନିର୍ମାଣରେ ସରକାରୀ ନୀତି ଉଲ୍ଲଂଘନ
ଚମ୍ପୁଆ : ଚମ୍ପୁଆ ବ୍ଲକ ପ୍ରଶାସନ ପକ୍ଷରୁ ବିନା ସୂଚନା ଫଳକ ଲଗାଇ କଲଭର୍ଟ ନିର୍ମାଣ କାମ ଚାଲୁ ଅଛି। ଏହା ଦ୍ୱାରା ସରକାରଙ୍କ ନୀତି ଓ ନିୟମକୁ ଖୋଲା ଖୋଲି ଉଲ୍ଲଂଘନ କରାଯାଉଛି। ମହେଶ୍ୱରପୁର ଠାରେ ନିର୍ମାଣ ହେଉଥିବା କଲଭର୍ଟରେ ବେସ୍ ପଡ଼ି କାମ ଆଗକୁ ବଢ଼ିଛି, କିନ୍ତୁ କୌଣସି ସୂଚନା ଫଳକ ଲଗାଯାଇନଥିବାରୁ ପ୍ରକ୍ରିୟା ଉପରେ ସନ୍ଦେହ ଉଠିଛି।
ସ୍ଥାନୀୟ କନିଷ୍ଠ ଯନ୍ତ୍ରୀ ସୁଦେଷ୍ଣା ପାତ୍ରଙ୍କୁ ପଚାରିବାରେ ସେ କାମ ଆରମ୍ଭ ହୋଇଥିବା ବିଷୟରେ ଅଜ୍ଞ ଥିଲେ ଓ ପରେ କାର୍ଯ୍ୟସ୍ଥଳକୁ ଯାଇ ତଦାରଖ କରୁଥିବା କଥା କହିଛନ୍ତି। ଅନ୍ୟ କର୍ମଚାରୀ ଓ ଉନ୍ନୟନ ଅଧିକାରୀମାନେ ମଧ୍ୟ ଏହି କାମ ସମ୍ପର୍କରେ ଅଜ୍ଞ ଥିବାରୁ ପ୍ରଶ୍ନ ଉଠିଛି କିପରି ଏତେ ବଡ଼ ନିର୍ମାଣ କାମ ତାଙ୍କ ଅଗୋଚରରେ ହେଉଛି। ଏହା ସ୍ଥାନୀୟ ଅଞ୍ଚଳରେ ପ୍ରଶାସନିକ ଶିଥିଳତା ଓ ସନ୍ଦେହ ସୃଷ୍ଟି କରିଛି।
ଜନସାଧାରଣଙ୍କ ଅଭିଯୋଗ ଅନୁଯାୟୀ, ଏହି କାର୍ଯ୍ୟ ଏକ ପ୍ରୟାସ ଭଳି ମନାଯାଉଛି ଯାହା ସରକାରଙ୍କୁ ବଦନାମ କରିବାକୁ ଚାହୁଁଛି। ସୂଚନା ଫଳକ ତୁରନ୍ତ ଲଗାଯିବା ଏବଂ ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ କରାଯିବା ଦାବି ଉଠିଛି।