logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ମାଲକାନଗିରି: ବିଜେପି କାଲିମେଳା ମଣ୍ଡଳର ବୈଠକ ଅନୁଷ୍ଠିତ ହୋଇଯାଇଛି।

ମାଲକାନଗିରି: ଭାରତୀୟ ଜନତା ପାର୍ଟିର କାଲିମେଳା ମଣ୍ଡଳ ସଭାପତି ରାମଚନ୍ଦ୍ର ବେଟିଙ୍କ ଅଧକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା। ବୈଠକରେ ଆସନ୍ତା ରବିବାର ହେବାକୁ ଥିବା ଶକ୍ତିକେନ୍ଦ୍ର ବୈଠକ ନେଇ ଆଲୋଚନା ହୋଇଥିଲା। କାଲିମେଳା ମଣ୍ଡଳ ଅଧୀନରେ ୬ଟି ପଞ୍ଚାୟତର ୩୪ଟି ବୁଥରେ ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମ ସୁରୁ ହେବା ଉପରେ ଏହାର ଗଭୀର ଆଲୋଚନା ହୋଇଥିଲା।

ଏହି ବୈଠକରେ ଜିଲ୍ଲା ଉପ ସଭାପତି ଭବାନୀ ଶଙ୍କର ମୁଖାର୍ଜୀ, ମଣ୍ଡଳ ପ୍ରଭାରୀ ଏବଂ ଜିଲ୍ଲା ଉପ ସଭାପତି ସମୀର ମିସ୍ତ୍ରୀ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସ୍ଵପନ ରାୟ , ସମାଜସେବୀ ଉତ୍ତମ କୁମାର ଓଝା, ଦୁଇଜଣ ସାଧାରଣ ସମ୍ପାଦକ, ୭ଟି ମୋର୍ଚ୍ଚା ସଭାପତି, ୭ଟି ଶକ୍ତିକେନ୍ଦ୍ର ପ୍ରମୁଖ ଓ ଅନେକ ବରିଷ୍ଠ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

16
649 views

Comment