Cricket tournament opening ceremony at k.singpur
ଷ୍ଟ୍ରିଟ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୁଭାରମ୍ଭ, ପ୍ରଥମ ମ୍ୟାଚରେ କଦମ୍ବଦ୍ୱାର ସାହିର ବିଜୟ
କଲ୍ୟାଣସିଂହପୁର, ୨୦/୦୫(ଆପ୍ର): ସ୍ଥାନୀୟ ଅଞ୍ଚଳରେ ଷ୍ଟ୍ରିଟ୍ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ (କେପିଏଲ)ର ଶୁଭାରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଶିବ ମନ୍ଦିର ଠାରୁ ଖେଳାଳି ଓ କମିଟି ସଦସ୍ୟମାନେ ଶୋଭାଯାତ୍ରାରେ ବାହାରି ଭୁଦାନ କ୍ରିକେଟ ପଡିଆରେ ପହଞ୍ଚିଥିଲେ। ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିଳାଷ ମହାନନ୍ଦୀଆ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣେଷ ରାଉତ, କାମେଶ୍ୱର କାରକରିଆ, ପଦ୍ମନ ଭତ୍ରା ଓ ଦୀପକ କୁମାର ପରିଡା ଓ ଗୁରୁ କୌଶଲ୍ୟା ଉପସ୍ଥିତ ଥିଲେ। ଖେଳପ୍ରେମୀଙ୍କ ବ୍ୟାପକ ଉପସ୍ଥିତି ଓ ଉତ୍ସାହ ମଧ୍ୟରେ ଟୁର୍ଣ୍ଣାମେଣ୍ଟର ଆରମ୍ଭ ହୋଇଥିଲା।
ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୬ଟି ଦଳ ଭାଗ ନେଇଥିବା ବେଳେ ପ୍ରତିଦିନ ଗୋଟିଏ ମ୍ୟାଚ ଖେଳାଯିବ ଓ କୋଡିଏ ଦିନ ଧରି ଖେଳ ଚାଲିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।
ଉଦ୍ଘାଟନୀ ମ୍ୟାଚରେ କଦମ୍ବଦ୍ୱାର ସାହି ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ରୋକଷ୍ଟାର ଇଲେଭେନ ଦଳ ୧୨ ଓଭରରେ ୬ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଥିଲା। ଜବାବରେ କଦମ୍ବଦ୍ୱାର ସାହି ଦଳ ଆକର୍ଷଣୀୟ ବ୍ୟାଟିଂ ପ୍ରଦର୍ଶନ କରି ୭ ଓଭରରେ ୬ ଉଇକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ପ୍ରଥମ ମ୍ୟାଚରେ ବିଜୟୀ ହୋଇଥିଲା।
ମ୍ୟାଚକୁ ମୁଖ୍ୟ ଏମ୍ପାୟାର ଭାବେ ମଧୁ କରକରିଆ ଓ ସତୀଶ କୁମାର ଦଣ୍ଡସେନା ପରିଚାଳନା କରିଥିବା ବେଳେ ଅନଲାଇନ ସ୍କୋର ବୁକ୍ରେ ଅଜୟ କୁମାର କାଡାରି ଦାୟିତ୍ୱ ନିର୍ବାହ କରିଥିଲେ। ଖେଳଟିକୁ ଦେବ ହିଆଲ ସଫଳତାର ସହ ପରିଚାଳନା କରିଥିଲେ।