logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ଅଜଣା ଗାଡି ଧକ୍କାରେ କ୍ଷତବିକ୍ଷତ ହେଟାବାଘ । ଉଦ୍ଧାର କଲା ମାଲକାନାଗିରି ବନ ବିଭାଗ ।



ମାଲକାନାଗିରି ତା ୨୦/୦୫ ​ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଗୋଟିଏ ଅଜଣା ଗାଡି ଧକ୍କାରେ ଗୁରୁତର ଆହତ ହୋଇଛି ହେଟାବାଘ । ଫୋନ୍ ଯୋଗେ ଖବର ପାଇବା ପରେ ବନ ବିଭାଗର ଆର.ଆର.ଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ବାଘଟିକୁ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ, ମାଲକାନାଗିରି କୋରୁକୋଣ୍ଡ ମୂଖ୍ୟରାସ୍ତା ଏମ ଭି ୧୧ ନମ୍ବର ବ୍ରିଜ୍ ପାଖରେ ଏକ ହେଟାବାଘ ପଡ଼ିରହିଥିବା ଦେଖି ବନ ବିଭାଗକୁ ସ୍ଥାନୀୟ ଲୋକେ ଖବର ଦେଇଥିଲା। ଖବର ପାଇବା ପରେ ମାଲକାନାଗିରି ରେଞ୍ଜର ରମେଶ କୁମାର ରାଉତ ଙ୍କ ନିର୍ଦ୍ଦେଶ କ୍ରମେ ବନ ବିଭାଗର ଏକ ସ୍ୱତନ୍ତ୍ର ରେସ୍କ୍ୟୁ ଗାଡି ସହ ଆର.ଆର.ଟି ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ତେବେ ସକାଳ ସମୟରେ କୌଣସି ଏକ ଅଜଣା ଗାଡି ସହ ଧକ୍କା ହେବା ଫଳରେ ହେଟାବାଘ ର ଆଗ ଦୁଇଟି ଗୋଡ଼ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି। କେବଳ ସେତିକି ନୁହେଁ, ସେଠାରେ ଉପସ୍ଥିତ କିଛି ଲୋକଙ୍କ ଆକ୍ରମଣରେ ତାର ଆଖିରେ ମଧ୍ୟ ଗଭୀର ଆଘାତ ଲାଗିଥିବା ଜଣା ପଡିଛି । ​ବନ ବିଭାଗ ପକ୍ଷରୁ ବାଘଟିକୁ ସଫଳତାର ସହ ରେସ୍କ୍ୟୁ କରାଯାଇ ମାଲକାନାଗିରି ରେଞ୍ଜ ଅଫିସକୁ ଅଣାଯାଇ ସେଠାରେ ତାର ପ୍ରାଥମିକ ଚିକିତ୍ସା କରି ଅଧିକ ଏବଂ ଉନ୍ନତମାନର ଚିକିତ୍ସା ପାଇଁ ତାକୁ ନବରଙ୍ଗପୁର ସ୍ଥିତ ରେସ୍କ୍ୟୁ ସେଣ୍ଟରକୁ ପଠାଯାଉଥିବା କଥା ରେଞ୍ଜ ଅଫିସର୍ ଶ୍ରୀ ରାଉତ କହିଚନ୍ତି । ଯେଉଁଠାରେ ଅଭିଜ୍ଞ ଡାକ୍ତରମାନଙ୍କ ତତ୍ତ୍ୱାବଧାନରେ ତାର ଚିକିତ୍ସା କରାଯିବ। ବାଘଟି ସମ୍ପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ପୁଣିଥରେ ଜଙ୍ଗଲରେ ଛାଡ଼ିଦିଆଯିବ ବୋଲି ବନ ଅଧିକାରୀ ସୂଚନା ଦେଇଛନ୍ତି।
​ଅନ୍ୟପଟେ ବନ ଅଧିକାରୀ ଗାଡି ଚାଳକମାନଙ୍କୁ ସତର୍କ କରାଇ ଦେଇଛନ୍ତି କି, ଜଙ୍ଗଲିଆ ରାସ୍ତାରେ ଯାତାୟାତ ସମୟରେ ଗାଡିର ବେଗ ଧିମା ରଖନ୍ତୁ। ଏଭଳି ବନ୍ୟଜନ୍ତୁଙ୍କୁ ଆଘାତ ପହଞ୍ଚାଇବା ଏକ ଦଣ୍ଡନୀୟ ଅପରାଧ ଏବଂ ଏହି ଘଟଣାର ତଦନ୍ତ କରାଯାଇ ଯଦି ଦୋଷୀ ଚିହ୍ନଟ ହୁଅନ୍ତି ତାହେଲେ ଦୋଷୀଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ସ୍ଥାନୀୟ ଲୋକମାନଙ୍କୁ ମଧ୍ୟ ବନ୍ୟଜନ୍ତୁଙ୍କ ପ୍ରତି ଦୟାଭାବ ରଖିବାକୁ ଏବଂ ଅଯଥାରେ ସେମାନଙ୍କୁ ଆକ୍ରମଣ ନକରିବାକୁ ଅନୁରୋଧ କରାଯାଇଛି।

3
100 views

Comment