କେନ୍ଦୁଝର ଜିଲ୍ଲା ବିଜେପି ର ଏସ. ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଯୁବ ସଂଗଠକ କୃଷ୍ଣଚନ୍ଦ୍ର ପାତ୍ର।
କେନ୍ଦୁଝର ଜିଲ୍ଲା ବିଜେପି ର ଏସ. ସି ମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଯୁବ ସଂଗଠକ କୃଷ୍ଣଚନ୍ଦ୍ର ପାତ୍ର।
ଯୋଡ଼ା -୨୦ /୦୫(ଖଣ୍ଡାଧାର ନିଉଜ) କେନ୍ଦୁଝର ଜିଲ୍ଲା ଚମ୍ପୁଆ ଉପଖଣ୍ଡ ଯୋଡ଼ା ସହର ର ଯୁବ ସଂଗଠକ କର୍ମଠ ବିଜେପି କାର୍ଯ୍ୟକର୍ତ୍ତା କୃଷ୍ଣଚନ୍ଦ୍ର ପାତ୍ର ଙ୍କୁ କେନ୍ଦୁଝର ଜ଼ିଲ୍ଲା ଭାରତୀୟ ଜନତା ପାର୍ଟି (ବିଜେପି) ଏସ.ସି ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି l ପଦବୀ ପାଇବା ପରେ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ର ତାଙ୍କର ଆନନ୍ଦ ଓ କୃତଜ୍ଞତା ପ୍ରକାଶ କରିଛନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଥିବା ରାଜ୍ୟର ଲୋକପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବିଜେପି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, କେନ୍ଦୁଝର ଜ଼ିଲ୍ଲାର ଲୋକପ୍ରିୟ ସାଂସଦ ଶ୍ରୀ ଅନନ୍ତ ନାୟକ, ବିଜେପି ଜ଼ିଲ୍ଲା ସଭାପତି ଶ୍ରୀ ଶୁକଦେବ ମହାନ୍ତ ଏବଂ ଏସ. ସି ମୋର୍ଚ୍ଚା ଜ଼ିଲ୍ଲା ସଭାପତି ଶାନ୍ତନୁ କୁମାର ସେଠୀ ଙ୍କୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ, ପାର୍ଟି ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଆସ୍ଥା ରଖିଛି, ସେଥିପାଇଁ ସେ ସଦା ଋଣୀ ରହିବେ । ଏହି ଦାୟିତ୍ୱକୁ ସେ ସମ୍ମାନ ସହିତ ପୂରଣ କରିବା ସହିତ ଏସ.ସି ମୋର୍ଚ୍ଚାକୁ ଆହୁରି ଶକ୍ତିଶାଳୀ କରିବାକୁ ପ୍ରତିବଦ୍ଧ ରହିବେ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ “ସବକା ସାଥ, ସବକା ବିକାସ, ସବକା ବିଶ୍ୱାସ” ମନ୍ତ୍ରକୁ ଆଧାର କରି ସମାଜର ସମସ୍ତ ବର୍ଗ ଶ୍ରେଣୀର ଉନ୍ନତି ପାଇଁ ସେ କାମ କରିବେ । ବିଶେଷକରି ଅନୁସୂଚିତ ଜାତିର ଲୋକମାନଙ୍କ ଅଧିକାର, ସମ୍ମାନ ଓ ସମୃଦ୍ଧି ପାଇଁ ସେ ନିରନ୍ତର ପ୍ରୟାସ ଜାରି ରଖିବେ । ଏହି ଅବସରରେ ସେ ପାର୍ଟିର ସମସ୍ତ କର୍ମୀ, ସମର୍ଥକ ଏବଂ ନିଜ ଅଞ୍ଚଳବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସମସ୍ତଙ୍କ ସହଯୋଗ ଓ ଆଶୀର୍ବାଦ ତାଙ୍କୁ ଆଗକୁ ବଢ଼ିବାରେ ପ୍ରେରଣା ଦେବ ବୋଲି ସେ ମତ ପ୍ରକାଶ କରିଛନ୍ତି । ଶେଷରେ ସେ କହିଛନ୍ତି ଯେ, ଆଗାମୀ ଦିନରେ ପାର୍ଟିର ନୀତି ଓ ଆଦର୍ଶକୁ ଗ୍ରାମ ସ୍ତରରେ ପହଞ୍ଚାଇବା ସହ ଲୋକଙ୍କ ସେବାକୁ ଆହୁରି ତିବ୍ର କରିବେ ଏବଂ ଜ଼ିଲ୍ଲାରେ ବିଜେପିକୁ ଆହୁରି ସୁଦୃଢ଼ କରିବାକୁ ପ୍ରୟାସ ଜାରି ରଖିବେ।
ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।