ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଗୌରଚନ୍ଦ୍ର ମହାନ୍ତ ଙ୍କର ସ୍ମୃତି ସଭା ଅନୁଷ୍ଠିତ।
ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଗୌରଚନ୍ଦ୍ର ମହାନ୍ତ ଙ୍କର ସ୍ମୃତି ସଭା ଅନୁଷ୍ଠିତ।
କେନ୍ଦୁଝର -୧୯/୦୫(ଖଣ୍ଡାଧାର ନିଉଜ) ବିଶିଷ୍ଟ ସମାଜସେବୀ ତଥା ଆଦିବାସୀ ଗ୍ରାମ୍ଯ ଉନ୍ନୟନ ସମାଜ ସେବା ସଂସ୍ଥା ର ସଂପାଦକ ସ୍ବର୍ଗତ ଗୌରଚନ୍ଦ୍ର ମହାନ୍ତ ଙ୍କ ଏକାଦଶାହ ଉପଲକ୍ଷେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇ ଯାଇଅଛି। କାର୍ଯ୍ୟକ୍ରମ ପ୍ରାରମ୍ଭ ରେ ସ୍ବର୍ଗତ ଗୌରଚନ୍ଦ୍ର ମହାନ୍ତ ଙ୍କର ଫୋଟଚିତ୍ର ରେ ଧୂପ ଦୀପ ପ୍ରଜ୍ବଳନ ପୂର୍ବକ ପୁଷ୍ପମାଲ୍ଯ ଅର୍ପଣ କରି ଶ୍ରଦ୍ଧାଞଳୀ ଅର୍ପଣ କରାଯାଇଥିଲା l ଡିମ୍ବୋ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଡ ମନୋହରପୁର ଠାରେ ଆୟୋଜିତ ଶ୍ରଦ୍ଧାଞଳୀ ସଭାକୁ ବରିଷ୍ଠ ଗାନ୍ଧୀବାଦୀ କର୍ମୀ ତଥା କେନ୍ଦୁଝର ଡେଭେଲପମେଣ୍ଟ ଟ୍ରଷ୍ଟ ର ସଂପାଦକ ଶ୍ରୀଯୁକ୍ତ ଭକ୍ତବତ୍ସଳ ମହାନ୍ତି ସଭାପତିତ୍ବ କରି ସ୍ବର୍ଗତ ଗୌରଚନ୍ଦ୍ର ଙ୍କର ସଙ୍ଘର୍ଷମୟ ଜୀବନ ସମାଜ ସେବା କ୍ଷେତ୍ରରେ ଦୀର୍ଘ ବର୍ଷ ଲମ୍ବା ଯାତ୍ରା ସହିତ ସେ ଜଣେ ସ୍ନେହୀ ପରୋପକାରୀ ମିଷ୍ଟଭାଷୀ ଶାନ୍ତ ସରଳ ସ୍ଵଭାବର ବ୍ଯକ୍ତି ଥିଲେ ବୋଲି ବ୍ୟକ୍ତ କରିଥିଲେ ।ଏହି ସ୍ମୃତିସଭାରେ ଭାରତ ଅନୁଷ୍ଠାନ ର ଶ୍ରୀଯୁକ୍ତ ଉଦୟ ନାଥ ବେହେରା , ଶିବନାଥ ପ୍ରଧାନ, ନବ ମିଶ୍ର, ଓସ୍କା ର ସଂପାଦିକା ଶ୍ରୀମତୀ ଧରିତ୍ରୀ ରାଉତ, ଆରଭିଡିଓ ର ସଂପାଦକ ମନୋଜ ପରିଡା ଫେକା ର ସଂପାଦକ ଶ୍ରୀଯୁକ୍ତ ସୁଶୀଲ ପରିଡା ପ୍ରକଳ୍ପ ଅନୁଷ୍ଠାନ ର ଶ୍ରୀଯୁକ୍ତ ସରୋଜ ପଟ୍ଟନାୟକ ଓ ପୂର୍ଣ୍ଣ ଚନ୍ଦ୍ର ବେହେରା ଟିଆରଡିଏସଏସଓ ପରିଚାଳିତ ମା ଗୃହ କର୍ମଚାରୀଙ୍କ ସମେତ ବହୁ ଅନୁଷ୍ଠାନ ର ମାନ୍ଯଗଣ୍ଯ ବ୍ଯକ୍ତିଙ୍କ ସହିତ ପରିବାରବର୍ଗ ଓ ବନ୍ଧୁ ବାନ୍ଧବ ଉପସ୍ଥିତ ରହି ସ୍ବର୍ଗତ ଗୌରଚନ୍ଦ୍ର ମହାନ୍ତ ଙ୍କର ସ୍ମୃତିଚାରଣ କରିଥିଲେ। ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ପଞ୍ଚାୟତ ଠାରେ ଭିଆରଓ ନାମକ ଅନୁଷ୍ଠାନ ରେ ସମାଜସେବା ଆରମ୍ଭ କରି ଅନୁଭୂତି ସଂପନ୍ନ ହେଲାପରେ ନିଜେ ନିଜର ଟିଆରଡିଏସଏସଓ ନାମ ରେ ଅନୁଷ୍ଠାନ କରି ଜୁଆଙ୍ଗ ଜନଜାତିର ଲୋକ ଙ୍କ ଜୀବନ ଜୀବିକା, ସ୍ବାସ୍ଥ୍ୟର ଉନ୍ନତି, କୃଷି, ଜଳସେଚନ ପ୍ରକଳ୍ପ ମାଧ୍ୟମ ରେ ସମାଜର ନିମ୍ନବର୍ଗର ଲୋକଙ୍କ ସେବାରେ ନିଜକୁ ସମର୍ପିତ କରିଥିଲେ। ଏହି କାର୍ଯ୍ୟକ୍ରମ ଗୁଡିକ ପୂଣ୍ଣାଙ୍ଗ କରିବା ପ୍ରକୃତ ଶ୍ରଦ୍ଧାଞଳି ହେବ ବୋଲି ମତବ୍ୟକ୍ତ କରିଥିଲେ। ଏହି ସ୍ମୃତିଚାରଣ ସଭାକାଯ୍ଯ କୁ ଯୁବ ସ୍ବେଚ୍ଛାସେବୀ ମନୋଜ କୁମାର ପଟେଲ ଓ ଭୂମିକା ଚକ୍ଷୁ ଚିକିତ୍ସାଳୟର ଶ୍ରୀଯୁକ୍ତ କର୍ଣାଟକେଶରୀ ଜେନା ପରିଚାଳନା କରିଥିଲେ। (ମନୋଜ ପଟେଲ ଙ୍କ ରିପୋର୍ଟ)