ପୁରୁଷୋତ୍ତମପୁର NAC ପାଇଁ ସାଂସଦ ପ୍ରତିନିଧି ନିଯୁକ୍ତ: ବିଶ୍ୱଭୂଷଣ ମହାପାତ୍ରଙ୍କୁ ଦାୟିତ୍ୱ
ପୁରୁଷୋତ୍ତମପୁର, ୧୯/୫/୨୦୨୬*:(ଆଦିତ୍ୟ ମହାପାତ୍ର )ଆସିକା ଲୋକସଭା ସାଂସଦ ଶ୍ରୀମତୀ ଅନୀତା ଶୁଭଦର୍ଶିନୀ ପୁରୁଷୋତ୍ତମପୁର ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ପାଇଁ ନିଜର ପ୍ରତିନିଧି ଭାବେ *ଶ୍ରୀ ବିଶ୍ୱଭୂଷଣ ମହାପାତ୍ର*ଙ୍କୁ ମନୋନୀତ କରିଛନ୍ତି।
ଏନେଇ ସାଂସଦ ଶ୍ରୀମତୀ ଶୁଭଦର୍ଶିନୀ ୨୮.୦୪.୨୦୨୬ ତାରିଖରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ପତ୍ର ଲେଖି ସୂଚନା ଦେଇଥିଲେ। ତାଙ୍କ ପତ୍ର ସଂଖ୍ୟା MP/ASKA-147/2026 ଅନୁସାରେ ଶ୍ରୀ ମହାପାତ୍ରଙ୍କୁ ପୁରୁଷୋତ୍ତମପୁର NAC ପାଇଁ ସାଂସଦ ପ୍ରତିନିଧି ଭାବେ ନାମିତ କରାଯାଇଛି।
ଏହି ପ୍ରସ୍ତାବକୁ ଆଧାର କରି ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା (DUDA), ଗଞ୍ଜାମ ଆଜି ୧୯.୦୫.୨୦୨୬ ତାରିଖରେ ପୁରୁଷୋତ୍ତମପୁର NAC କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପତ୍ର ସଂଖ୍ୟା 1047/DUDA ମାଧ୍ୟମରେ ସୂଚନା ଦେଇଛି ଓ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରିଛି।
ଏହି ସୂଚନାର ନକଲ NAC ଅଧ୍ୟକ୍ଷା, ଛତ୍ରପୁର ଉପଜିଲ୍ଲାପାଳ, ଗଞ୍ଜାମ ଜିଲ୍ଲାପାଳ ଓ ମାନ୍ୟବର ସାଂସଦଙ୍କ ବ୍ୟକ୍ତିଗତ ସହାୟକଙ୍କୁ ମଧ୍ୟ ପଠାଯାଇଛି।
ନବନିଯୁକ୍ତ ସାଂସଦ ପ୍ରତିନିଧି ଶ୍ରୀ ବିଶ୍ୱଭୂଷଣ ମହାପାତ୍ର ପୁରୁଷୋତ୍ତମପୁର NAC ଅଞ୍ଚଳର ବିକାଶ କାର୍ଯ୍ୟ ତଥା ଲୋକଙ୍କ ସମସ୍ୟା ସମାଧାନ ଦିଗରେ ସାଂସଦଙ୍କ ସହ ସମନ୍ୱୟ ରକ୍ଷା କରିବେ।