ନୂଆପଡାର ଡୋଙ୍ଗରିପାଲିରେ ଅଷ୍ଟ ପ୍ରହରୀ ନାମଯଜ୍ଞ ସଫଳତାର ସହ ସମାପନ
ନୂଆପଡା: କୋମନା ବ୍ଲକ ଅନ୍ତର୍ଗତ ବୁଦ୍ଧିକୋମନା ପଞ୍ଚାୟତର ଡୋଙ୍ଗରିପାଲି ଗ୍ରାମରେ ଧବଲେଶ୍ୱର ଶଗରିଆଙ୍କ ଅଧ୍ୟକ୍ଷତାରେ ଅଷ୍ଟ ପ୍ରହରୀ ନାମଯଜ୍ଞ କାର୍ଯ୍ୟକ୍ରମ ସଫଳତାର ସହ ସମାପନ ହୋଇଛି। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ସାହ ଓ ଭକ୍ତିଭାବ ପ୍ରକାଶ ପାଇଥିଲା।
କର୍ମକାଣ୍ଡୀବିଦ ଶ୍ରୀ ମାନଭଞ୍ଜନ ତ୍ରିପାଠୀ ବେଦମନ୍ତ୍ର ଉଚ୍ଚାରଣ ସହ ପୂଜା ଓ ନାମଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ଅଷ୍ଟ ପ୍ରହର ଧରି ହରିନାମ ସଂକୀର୍ତ୍ତନରେ ସମଗ୍ର ପରିବେଶ ଭକ୍ତିମୟ ହୋଇଥିଲା। ଗ୍ରାମର ସମସ୍ତ ମହିଳା ଓ ପୁରୁଷ ଭକ୍ତବୃନ୍ଦ ସକ୍ରିୟ ଭାବେ ସହଯୋଗ କରିଥିଲେ।
କାର୍ଯ୍ୟକ୍ରମର ଶେଷରେ ପ୍ରସାଦ ସେବନ ସହ ସମାପନ ହୋଇଥିଲା।