ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପାଇଁ ଜିଲ୍ଲା ସ୍ତରୀୟ ବୈଠକ
ଦେବଗଡ଼, ତା. ୧୯.୦୫.୨୦୨୬ ରିଖ :- ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ସ୍ବତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ସମ୍ପର୍କିତ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ କବିନ୍ଦ୍ର କୁମାର ସାହୁ ଅଧ୍ୟକ୍ଷତା କରିଥିଲେ।
ବୈଠକରେ ଡେପୁଟି କଲେକ୍ଟର (ଇଲେକ୍ସନ) ଏଜଲିନ ବାରାଙ୍କ ତତ୍ତ୍ୱାବଧାନରେ SIR କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ ଉଲ୍ଲେଖ କରିଥିଲେ ଯେ, ଏହାର ଲକ୍ଷ୍ୟ ହେଉଛି ଯୋଗ୍ୟ ମତଦାତାଙ୍କୁ ତାଲିକାରେ ଭର୍ତ୍ତି କରିବା ସହିତ ଅଯୋଗ୍ୟ, ଡୁପ୍ଲିକେଟ୍ ଓ ମୃତ ବ୍ୟକ୍ତିଙ୍କ ନାମକୁ ବାହାର କରିବା ସହିତ ୦୧ ଜୁଲାଇ ୨୦୨୬ ରେ
୧୮ ବର୍ଷ ପୂରଣ କରିଥିବା ସମସ୍ତ ନାଗରିକଙ୍କୁ ଭୋଟର ତାଲିକାରେ ସାମିଲ କରାଯିବ ।
୩୦ ମଇ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ସମସ୍ତ ବିଏଲଓଙ୍କ ଘରକୁ ଘର ବୁଲି ସର୍ଭେ କାମ ସମାପ୍ତ କରିବେ। ଭୋଟର ୦୫ ଜୁଲାଇ ୨୦୨୬ ତାଲିକା ପ୍ରକାଶ
ପାଇବ ଏବଂ ୦୫ ଜୁଲାଇ ରୁ ୦୪ ଅଗଷ୍ଟ ଆପତ୍ତି କିମ୍ବା ଦାବି କରିପାରିବେ ଓ ଏହାର ଅନ୍ତିମ ତାଲିକା ୦୬ ସେପ୍ଟେମ୍ବର ୨୦୨୬ ପ୍ରକାଶ କରାଯିବା ସହିତ
ଜିଲ୍ଲାର ସମସ୍ତ ୩୩୮ ଜଣ ବୁଥ୍ ସ୍ତରୀୟ ଅଧିକାରୀ (BLO) ଘରକୁ ଘରେ ଯାଇ ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ପ୍ରି-ପ୍ରିଣ୍ଟେଡ୍ ଫର୍ମ ଦିଆଯିବ, ଯାହାର ଗୋଟିଏ ନକଲ ରସିଦ ଭାବେ ରଖିପାରିବେ।
ଏହାସହିତ ଭୋଟରମାନେ ଚାହିଁଲେ ଅନଲାଇନ୍ରେ ମଧ୍ୟ ଫର୍ମ ପୂରଣ କରିପାରିବେ। ୱେବସାଇଟ୍: voters.eci.gov.in
ନୂତନ ଭୋଟରମାନଙ୍କ ପାଇଁ ଫର୍ମ-୬ ମାଧ୍ୟମରେ ନାମ ପଞ୍ଜୀକରଣ ବ୍ୟବସ୍ଥା ମଧ୍ୟ ରହିଛି।
ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଯୋଗଦେଇଥିଲେ ଏବଂ ସେମାନଙ୍କୁ ବୁଥ୍ ସ୍ତରରେ BLA ନିଯୁକ୍ତି ପାଇଁ ଅନୁରୋଧ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ୬୭୬ ଜଣ BLA ନିଯୁକ୍ତ ହୋଇଛନ୍ତି।
ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ ଓ ସାଧାରଣ ଲୋକଙ୍କୁ ସହଯୋଗ କରିବାକୁ ଆହ୍ୱାନ କରିଥିଲେ, ଯାହା ମାଧ୍ୟମରେ ଭୋଟର ତାଲିକାକୁ ସଠିକ୍ ଓ ପାରଦର୍ଶୀ କରାଯାଇପାରିବ।