ଗୀତାଯଜ୍ଞ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ।
ଗୀତାଯଜ୍ଞ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ।
ଘଟଗାଁ,୧୯/୦୫ (ଖଣ୍ଡାଧାର ନିଉଜ) ସ୍ଥାନୀୟ ଉପରଡିହା ତହସିଲ କଲୋନୀ (କାଠଡିପୋ) ସ୍ଥିତ ଗୀତା ଯଜ୍ଞ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି।
ଗତ ସୋମବାର ଗୀତା ଯଜ୍ଞ ପରିବାରର ନିଜସ୍ୱ ଗୃହରେ ବରିଷ୍ଠ ସଦସ୍ୟ ସୂର୍ଯ୍ୟମଣି ବାରିକଙ୍କ ପୌରୋହିତ୍ୟରେ ଏକ ତେର ଜଣିଆ କାର୍ଯ୍ୟକାରୀ ସଦସ୍ୟ ଚୟନ ହେବାପରେ ତାଙ୍କ ମଧ୍ଯରୁ ସଭାପତି ରୂପେ ବାବୁଲାଲ ପଲେଇ, ଉପସଭାପତି ରୂପେ ମନ୍ମଥ କୁମାର ପ୍ରଧାନ, ସଂପାଦକ ରୂପେ ଗଗନ ବିହାରୀ ପ୍ରଧାନ,ସହ ସଂପାଦକ ଭାବେ ରମେଶ ଚନ୍ଦ୍ର ମହାନ୍ତ ଓ କୋଷାଧ୍ୟକ୍ଷ ଭାବେ ଗଣେଶ୍ୱର ରାଉତ ମନୋନୀତ ହେଇଛନ୍ତି। ସେହିପରି କାର୍ଯ୍ୟକାରୀ ସଦସ୍ୟ ରୂପେ ବାସୁଦେବ ସାହୁ, ଗୋବର୍ଦ୍ଧନ ରାଉତ, ବିଶ୍ବନାଥ ବେଜ,ମାନଭଂଜନ ଦାଶ, ସତ୍ୟବ୍ରତ ରାଉତ, ରାଜେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପତି ଓ ରାଜେନ୍ଦ୍ର ସାହୁ ମନୋନୀତ ହୋଇଛନ୍ତି। ପରିଚାଳନା କମିଟିକୁ ମାର୍ଗଦର୍ଶନ ଦେବାପାଇଁ ତହସିଲ୍ କଲୋନୀର ବରିଷ୍ଠ ସଦସ୍ୟ ସୂର୍ଯ୍ୟମଣି ବାରିକ, ଗୌତମ ବଳିୟାର ସିଂହ,ବିଶିକେଶନ ଧୀର,ସୁରଥ ପ୍ରଧାନ, ରବିନ୍ଦ୍ରନାଥ ସାହୁ, ବିଷ୍ଣୁ ପ୍ରସାଦ ବେହେରା ଓ ଜଳଧର ରାଉତ ଙ୍କୁ ରଖାଯାଇ ଅଛି । ଏଥିସହିତ ଗୀତାଯଜ୍ଞ ପରିବାରର ବୀରକିଶୋର ବାରିକ,ଚତୁର୍ଭୁଜ ସାହୁ, ଅଯୋଧ୍ୟା ବେହେରା, ବିଜୟ କୁମାର ଖଟାଇ, ଲମ୍ବୋଦର ରାଉତ ଓ ପ୍ରକାଶ ବାରିକ ଆଦି ପ୍ରମୁଖ ସଦସ୍ୟ ବୃନ୍ଦ ଯୋଗଦେଇ ଗୀତା ଯଜ୍ଞ ପରିଚାଳନା କମିଟିର ନୂତନ କର୍ମକର୍ତ୍ତା ଚୟନରେ ସହଯୋଗ କରିଥିଲେ। ଶେଷରେ ସନ୍ତୋଷ କୁମାର ପତି ପୂର୍ବତନ ଓ ନୂତନ ପରିଚାଳନା କମିଟିର ସଦସ୍ୟ ସମେତ ଉପସ୍ଥିତ ସମସ୍ତ ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।
ଖଣ୍ଡାଧାର ନିଉଜ- ବାବୁଲାଲ ପଲେଇଙ୍କ ରିପୋର୍ଟl