ବଣୁଆ ହାତୀ ଆକ୍ରମଣ ରେ ଭିନ୍ନକ୍ଷମଙ୍କ ଚିକିତ୍ସାଧୀନ ଅବସ୍ଥାରେ ମ୍ରୃତ୍ୟୁ!
ବଣୁଆ ହାତୀ ଆକ୍ରମଣ ରେ ଭିନ୍ନକ୍ଷମଙ୍କ ଚିକିତ୍ସାଧୀନ ଅବସ୍ଥାରେ ମ୍ରୃତ୍ୟୁ!
କେନ୍ଦୁଝର:୧୯/୦୫ (ଖଣ୍ଡାଧାର ନିଉଜ) ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଓସ୍ତପଙ୍ଗା ଗ୍ରାମ ର ଭିନ୍ନକ୍ଷମ ରଇବୁ ନାଏକ ବଣୁଆ ହାତୀ ଆକ୍ରମଣ ରେ ଚିକିତ୍ସିତ ଅବସ୍ଥାରେ ଧରଣୀଧର ମେଡିକାଲ କଲେଜ କେନ୍ଦୁଝର ଠାର ମୃତ୍ଯୁବରଣ କରିଛନ୍ତି। ଆଜି ଭୋର ସକାଳ ସମୟରେ ନିଜ ଆମ୍ବ ଓ କାଜୁ ବଗିଚା କୁ ଫଳ ତୋଳିବାକୁ ନିକଟସ୍ଥ ଜାମୁଡିହି ବଗିଚାକୁ ଯାଇ ଗୋଟିକିଆ ଦନ୍ତା ହାତୀ ଆକ୍ରମଣ ର ଶିକାର ହୋଇ ଥିଲେ। ଖବରପାଇ ଗାଁର ଲୋକ ମାନଙ୍କ ସହାୟତାରେ ଡାକ୍ତରଖାନା ନିଆଯାଇ ଥିଲା। ମୃତ୍ଯୁବରଣ ଖବରପାଇ ପଣ୍ଡାପଡା ଥାନା ଅଧିକାରୀଙ୍କ ସହିତ ନରଣପୁର ଫରେଷ୍ଟର ଡାକ୍ତରଖାନା ପହଞ୍ଚି ଆର୍ଥିକ ସହାୟତା ସହ ପୋଷ୍ଟମର୍ଟମ କରିବା ପକ୍ରିୟା ଆରମ୍ଭ କରିଛନ୍ତି। (ମନୋଜ ପଟେଲଙ୍କ ରିପୋର୍ଟ)