logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ହାତୀ-ମଣିଷ ଲଢେଇର ପ୍ରଶମନ ଅଭିଯାନରେ ସାମିଲ ହେଲେ ଧରଣୀଧର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ।

ହାତୀ-ମଣିଷ ଲଢେଇର ପ୍ରଶମନ ଅଭିଯାନରେ ସାମିଲ ହେଲେ ଧରଣୀଧର ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ।

କେନ୍ଦୁଝର: ତା 18/05/26, ସୋମବାର, କେନ୍ଦୁଝର ଅଗ୍ରଣୀ ଅନୁଷ୍ଠାନ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ଓ କେନ୍ଦୁଝର ବନଖଣ୍ଡସ୍ଥ କେନ୍ଦୁଝର ବନାଞ୍ଚଳର ମିଳିତ ସହଯୋଗ ରେ ଚାଲିଥିବା "ହାତୀ -ମଣିଷ ଲଢେଇ ର ପ୍ରଶମନ ଅଭିଯାନ "ମୈଦାନକେଲ ପଂଚାୟତର ହରିହରପୁର, ବାସୁଦେବପୁର, ବାଘୁଆ ସାହି ଅନୁଷ୍ଠିତ ହୋଇଯାଇଛି l କେନ୍ଦୁଝର ବନଖଣ୍ଡ ଅଧିକାରୀ ଶ୍ରୀ ଧନରାଜ ଏଚ ଡି ଙ୍କ ପ୍ରତେକ୍ଷ ତତ୍ୱାବଧାନ ରେ ଚାଲିଥବା ଅଭିଯାନକୁ, କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ସମ୍ପାଦକ ତଥା କେନ୍ଦୁଝର ନାଗରିକ ମଞ୍ଚ ଉପସଭାପତି ଶ୍ରୀ ଭକ୍ତ ବତ୍ସଳ ମହାନ୍ତି ଓ ବନା ଞ୍ଚଳ ଅଧିକାରୀ ଶ୍ରୀ ଅଜିତ କୁମାର ଦାସଙ୍କ ସଂଯୋଜନାରେ, ଧରଣୀଧର ବିଶ୍ୱବିଦ୍ୟାଳୟ ଇଂରାଜୀ ବିଭାଗର 12 ଜଣ ଛାତ୍ରୀ ଛାତ୍ରୀମାନେ ଗ୍ରୀଷ୍ମକାଳୀନ ନିଆରା ପାଠ୍ୟକ୍ରମରେ ସାମିଲ ସାମିଲ ହୋଇଛନ୍ତି l ଦୀର୍ଘ ଦିନ ଧରି ଚାଲି ଥିବା, ହାତୀ-ମଣିଷ ଲଢେଇକୁ ପ୍ରସମିତ କରବା ପାଇଁ, କ୍ଷେତ୍ର ଅଧିକାରୀ ଶ୍ରୀ ଭାଗିରଥି ମହାନ୍ତି, ପ୍ରଗତୀଫାଉଣ୍ଡେସନ ଟ୍ରଷ୍ଟର ଶ୍ରୀମତୀ ରଞ୍ଜୁଲତା ମହାନ୍ତ, କାଞ୍ଚନବାଳା ମହାନ୍ତ ସହିତ ଛାତ୍ର ଛାତ୍ରଛାତ୍ରୀ ସାମିଲ ହୋଇ ଗୋଷ୍ଠୀସ୍ଥର ରେ କ୍ଷେତ୍ରୀୟଜ୍ଞାନ ଆହରଣ କରିବା ସହିତ ଗ୍ରାମବାସି ମାନଂକୁ ସଚେତନ କରୁଛନ୍ତି l ଶାନ୍ତ ସରଳ ବନ୍ୟପ୍ରାଣୀଙ୍କୁ ବାଣ ଫୁଟେଇ, ନିଆଁ ଗେଞ୍ଜି ଓ ଲଙ୍ଗୁଡ଼ ଟାଣି ବିରକ୍ତି ନ କରିବା, ଜଙ୍ଗଲ ମଧ୍ୟରେ ହାଣ୍ଡିଆ ମହୁଲି ମଦ ନ ରାନ୍ଧିବା, ଜଙ୍ଗଲବିଭାଗ ଓ ପଂଚାୟତ ମାଧ୍ୟମରେ ପୁଷ୍କରିଣୀ ଖୋଳି ବନ୍ୟପ୍ରାଣୀଙ୍କ ପାଇଁ ପିଇବାପାଣି ଵେବସ୍ତା କରିବା,ଜଙ୍ଗଲରେ ବର, ଓସ୍ତ, ଚାର,ବାଉଁଶ, ଆମ୍ବ, ପଣସ, କେନ୍ଦୁ ଗଛ ଲଗାଇବା ପାଇଁ ଆଦିବାସୀ ଓ ବନବାସୀ ମାନଂକୁ ବୁଲି ବୁଲି ବୁଝାଉଛନ୍ତି l ଜଙ୍ଗଲବିଭାଗ ଦ୍ୱାର ପ୍ରସ୍ତୁତ, ମନୁଷ୍ୟ -ହାତୀ ସହlବସ୍ଥାନ ମାର୍ଗଦର୍ଶିକା ପୁସ୍ତିକା ସଚେତନତା ପାଇଁ ବଣ୍ଟନ କରୁଛନ୍ତି l ଜଙ୍ଗଲ ଅଧିକାର ସୁରକ୍ଷା କମିଟି, ବନସୁରକ୍ଷା ସମିତି, ସ୍ୱୟଙ୍ଗ ସହାୟକ ଗୋଷ୍ଠୀ ର ସଦସ୍ୟ ସଦସ୍ୟା ଏବଂ ପ୍ରଗତି ଫାଉଣ୍ଡେସନ ଟ୍ରଷ୍ଟ, ଅନ୍ତରିକ୍ଷ ଫାଉଣ୍ଡେସନ, ସ୍ବସ୍ତି ଫାଉଣ୍ଡେସନ ର ସ୍ବେଛାସେବୀ ମାନେ ଅଭିଯାନ ରେ ଛାତ୍ର ଛାତ୍ରୀ ମାନଙ୍କସହିତ ମିଶି କରି ସଚେତନତା କରୁଛନ୍ତି l କେଡି ଟ୍ରଷ୍ଟ ର ପରିବେଶବିତ ଡ଼କ୍ଟର ବିମ୍ବାଧର ବେହେରା, ଅଧକ୍ଷା ଜଗଜିତା ଦାସ ଓ କୋଷାଧକ୍ୟ ଅଧିବକ୍ତା ସଂଜୀବ ଅଭିଯାନ ରେ ଜନସାଧାରଣ ସାମିଲ ହେବାକୁ ଅନୁରୋଧ କରିଛନ୍ତି।

ଖଣ୍ଡାଧାର ନିଉଜ- ସାମ୍ବାଦିକ ସତ୍ୟଜିତ ମିଶ୍ରଙ୍କ ରିପୋର୍ଟl

23
909 views

Comment