ହରିଚନ୍ଦନପୁରରେ ନିମ୍ନମାନର କାର୍ଯ୍ୟକୁ ନେଇ ଆପ୍ର ପ୍ରତିବାଦ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ।
ହରିଚନ୍ଦନପୁରରେ ନିମ୍ନମାନର କାର୍ଯ୍ୟକୁ ନେଇ ଆପ୍ର ପ୍ରତିବାଦ, ବିଡିଓଙ୍କୁ ଦାବିପତ୍ର ପ୍ରଦାନ।
କେନ୍ଦୁଝର,ତା୧୯/୦୫- ଆମ୍ ଆଦମୀ ପାର୍ଟି କେନ୍ଦୁଝର ଜିଲ୍ଲା ପକ୍ଷରୁ ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ଶଗଡପଟା ଗ୍ରାମପଞ୍ଚାୟତର କୁସୁମଯୋଡି ଗ୍ରାମରେ ହେଉଥିବା ନିମ୍ନମାନର କାର୍ଯ୍ୟକୁ ନେଇ ତୀବ୍ର ପ୍ରତିବାଦ କରାଯାଇଛି। ଗ୍ରାମବାସୀ ଲକ୍ଷ୍ମୀଧର ମାଝୀ ନିମ୍ନମାନର କାର୍ଯ୍ୟର ବିରୋଧ କରିଥିବାରୁ ଠିକାଦାର ପକ୍ଷରୁ ତାଙ୍କୁ ମିଥ୍ୟା ମାମଲାରେ ଫସାଇବାକୁ ଚେଷ୍ଟା କରାଯାଇଥିବା ଅଭିଯୋଗ ହୋଇଛି। ପରେ ଏହି ଘଟଣା ଥାନାରେ ସମାଧାନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଆମ୍ ଆଦମୀ ପାର୍ଟି କେନ୍ଦୁଝର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରେମାନନ୍ଦ ସିଂହ, ଉପସଭାପତି ଶ୍ରୀଯୁକ୍ତ ଜୟନୁଲ ଆବେଦନ, ସଦର ବ୍ଲକ ସଂଯୋଜକ ଦିପୁ ମହାନ୍ତ ଓ ବରିଷ୍ଠ ସଦସ୍ୟ ସୁଧୀର ମହାନ୍ତ ହରିଚନ୍ଦନପୁର ବିଡିଓଙ୍କୁ ଭେଟି ଗ୍ରାମରେ ହେଉଥିବା କାର୍ଯ୍ୟର ସଠିକ ତଦନ୍ତ କରିବା ସହ ଗ୍ରାମବାସୀଙ୍କ ଅଭିଯୋଗକୁ ଅଣଦେଖା ନକରି ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଦାବି କରିଥିଲେ। ଏହାପରେ ହରିଚନ୍ଦନପୁର ବିଡିଓ ଘଟଣାର ତଦାରଖ କରି ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି।
ଖଣ୍ଡାଧାର ନିଉଜ- ବରିଷ୍ଠ ସାମ୍ବାଦିକ ଦିଲ୍ଲିପ କୁମାର ସାହୁଙ୍କ ରିପୋର୍ଟ।