logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

କବି ଅଚ୍ୟୁତାନନ୍ଦ ସାମଲଙ୍କ ବିୟୋଗରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ଶୋକ।

କବି ଅଚ୍ୟୁତାନନ୍ଦ ସାମଲଙ୍କ ବିୟୋଗରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ଶୋକ।

ପାଟଣା/ଢେଙ୍କିକୋଟ - ୧୮/୦୫ (ଖଣ୍ଡାଧାର ନିଉଜ) ରାଜ୍ୟପାଳ ଓ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ବିଶିଷ୍ଟ ଶିକ୍ଷକ, ସାହିତ୍ୟିକ,ସଂଗଠକ ତଥା ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି , ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନ ଏବଂ ଓଡ଼ିଆ ଯୁବ ଲେଖକ ସମ୍ମେଳନର ପୂର୍ବତନ ସାଧାରଣ ସମ୍ପାଦକ ପ୍ରତିଭାବାନ କବି ଅଚ୍ୟୁତାନନ୍ଦ ସାମଲଙ୍କର ଗତ ରବିବାର ୮୪ ବର୍ଷ ବୟସରେ ପରଲୋକ ଘଟିଛି । ତାଙ୍କର ଭଦ୍ରକ ଜିଲ୍ଲା ସ୍ଥିତ ତୁଳସୀପୁର ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସୂଚନା ମିଳିଛି । ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ତାଙ୍କର ଅବଦାନ ଅତୁଳନୀୟ ଥିଲା । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ଅନେକ ଛାତ୍ରଛାତ୍ରୀଙ୍କ ଜୀବନକୁ ଆଲୋକିତ କରିଥିଲେ । ସାହିତ୍ୟ ପ୍ରତି ଗଭୀର ଆସକ୍ତି ରଖି ସେ ଅନେକ କବିତା ଓ ସାହିତ୍ୟ କୃତି ରଚନା କରି ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଥିଲେ । ଭଣ୍ଡାରିପୋଖରୀ ସାହିତ୍ୟ ସଂସଦର ପ୍ରତିଷ୍ଠାତା ସଭାପତି ଭାବେ ସେ ଅନେକ ସାହିତ୍ୟିକଙ୍କୁ ପ୍ରେରଣା ଦେଇଥିଲେ । ତାଙ୍କ ବିୟୋଗରେ ଭଦ୍ରକ ଜିଲ୍ଲା ସହ ସମଗ୍ର ଓଡ଼ିଆ ସାହିତ୍ୟ ଜଗତରେ ଶ୍ରୀ ସାମଲଙ୍କ ବିୟୋଗରେ ଉତ୍ତର ଓଡ଼ିଶା ସାହିତ୍ୟ ସଂସ୍କୃତି ସମ୍ମେଳନର ସଭାପତି ନୃସିଂହ ନାଥ ସିଂହ,ସାଧାରଣ ସମ୍ପାଦକ ଡ଼ଃ ଭଗବତ ଲେଙ୍କା,ଉପଦେଷ୍ଟା ଡ଼ଃ ରାଧାରଞ୍ଜନ ପଟ୍ଟନାୟକ, କାଳାନ୍ତର ସମ୍ପାଦକ ସୌମ୍ୟକାନ୍ତ ସାମନ୍ତରାୟଙ୍କ ସହ ବହୁ ସାହିତ୍ୟିକ, ଶିକ୍ଷାବିତ୍ ,ସାମାଜିକ ସଂଗଠନ ଓ ବୁଦ୍ଧିଜୀବି ମାନେ ତାଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିବା ବେଳେ, ତାଙ୍କ ଅମର ସାହିତ୍ୟ ସୃଷ୍ଟି ଓ ଶିକ୍ଷା ପ୍ରତି ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ମତ ପ୍ରକାଶ କରିଛନ୍ତି।

ଡମ୍ବରୁଧର ମହାନ୍ତ ଙ୍କ ରିପୋର୍ଟ।

19
496 views

Comment