ଗ୍ୟାସ ଦେଇପାରୁନି ଡିଲର ମିଳୁନି ଇଣ୍ଡକ୍ସନ ମାଟି ଓ ସିମେଣ୍ଟ ଚୁଲି ମଧ୍ୟ ଅଭାବ!
ଗ୍ୟାସ ଦେଇପାରୁନି ଡିଲର ମିଳୁନି ଇଣ୍ଡକ୍ସନ ମାଟି ଓ ସିମେଣ୍ଟ ଚୁଲି ମଧ୍ୟ ଅଭାବ!
ପାଟଣା-୧୮/୦୫, ଗ୍ୟାସ ଯୋଗାଣ ବ୍ୟାହତ ଯୋଗୁ ଗ୍ରାମାଞ୍ଚଳ ରେ ମଧ୍ୟ ଏହାର ପ୍ରଭାବ ଦେଖାଯାଉଛି। ଉଜ୍ଜ୍ଵଳା ଯୋଜନାରେ କେନ୍ଦ୍ର ସରକାର ମହିଳା ମାନଙ୍କୁ ଗ୍ୟାସ ଯୋଗାଇ ଦେବାରୁ ଘର ମାନଙ୍କରେ ଥିବା ଚୁଲି ଉଭାନ ହୋଇ ଯାଇଥିଲା। ଏବେ ଗ୍ୟାସର ଘୋର ଅଭାବ ଦେଖା ଦେଇଥିବା ବେଳେ ଜାଳେଣି କାଠର ଅଭାବ ପେଟକୁ ଛାଟ ମାରିବା ଭଳି ପରିସ୍ଥିତି ସୃଷ୍ଟି କରିଛି। ଗୋଟିଏ ସିଲିଣ୍ଡର ପାଇଁ ଉପଭୋକ୍ତା ମାନଙ୍କୁ 45 ଦିନର ସମୟ ସୀମା ଥିବା କହିଥିବା ବେଳେ 50 ଦିନ ପରେ ମଧ୍ୟ ଗ୍ୟାସ ବୁକିଂ ହେଉନାହିଁ। ଗ୍ୟାସ ଡିଲର ପାଖକୁ ଯିବା ଆସିବାରେ 5 ଶହରୁ 6 ଶହ ଟଙ୍କା ଯାଏ ଖର୍ଚ୍ଚ କରି ମଧ୍ୟ ଗ୍ୟାସ ମିଳି ପାରୁନାହିଁ। ଗ୍ୟାସ ଅଭାବରୁ ଲୋକେ ବିଦ୍ୟୁତ ଚାଳିତ ଇଣ୍ଡକ୍ସନ କୁକୁର ଖଜୁ ଥିବାରୁ ଏହାର ଅଭାବ ମଧ୍ୟ ସାଙ୍ଘାତିକ ସ୍ଥିତି ଦେଖା ଦେଇଛି। ଯେଉଁ ଇଣ୍ଡକ୍ସନ ଦୋକାନି ବର୍ଷ ବର୍ଷ ଧରି ଦୋକାନରେ ବିକ୍ରି କରି ପାରୁ ନଥିଲେ ତାହା ଦୋକାନରେ ସଫା ହୋଇଯିବା ପରେ ଲୋକେ ମାଟି ଚୁଲି ଖୋଜୁ ଥିବା ବେଳେ ତାହାର ନିର୍ମାଣ ମଧ୍ୟ ସମୟ ସାପେକ୍ଷ ହୋଇ ଥିବାରୁ ମାଟି ଚୁଲି ଆଉ ବଜାରରେ ମିଳୁ ନାହିଁ। ଯେତିକି ସିମେଣ୍ଟ ଚୁହ୍ଲା ଥିଲା ତାହା ମଧ୍ୟ ଦୁଇଗୁଣ ଦରରେ ବିକ୍ରି ହୋଇ ଯାଉ ଥିବାରୁ ନିର୍ମାତା ମାନେ ରାତି ଅଧିଆ ସିମେଣ୍ଟ ଚୁଲା ତିଆରି ରେ ଲାଗିଛନ୍ତି। ହେଲେ ଜାଳେଣି କାଠ ଅଭାବ ଥିବାରୁ ଲୋକେ ଜଙ୍ଗଲ ଅଞ୍ଚଳ କୁ ଯାଇ କାଠ ସଂଗ୍ରହ କରୁଥିବା ଦେଖା ଯାଇଛି। ଏଭଳି ସ୍ଥିତି ଗ୍ରାମାଞ୍ଚଳ ଗୁଡିକରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି। ଏପରି ପରିସ୍ଥିତି କେତେଦିନ ଲାଗିରହିବ କେହି ଉତ୍ତର ଦେଇ ପାରୁ ନାହାଁନ୍ତି।
ଖଣ୍ଡାଧାର ନିଉଜ- ସାମ୍ବାଦିକ ବିଜୟ ରତ୍ନ ପତିଙ୍କ ରିପୋର୍ଟ।