ନିରାକାରପୁର ଥାନା ପକ୍ଷରୁ ପାଣି ବୋତଲ ବଣ୍ଟନ
ନିରାକାରପୁର ଥାନା ପକ୍ଷରୁ ପାଣି ବୋତଲ ବଣ୍ଟନ
ଖୋର୍ଦ୍ଧା ,୧୮/୫(ଏ.ଆଇ.ଏମ.ଏ) : ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଛି l ଅନୁରୂପ ଭାବେ ଖୋର୍ଦ୍ଧା ଜ଼ିଲ୍ଲା ନିରାକାରପୁର ଅଂଚଳ ରେ ଏହି ରୌଦ୍ରତାପ ବଳବତ୍ତର ରହିଛି l ପ୍ରାୟ ଏକ ସପ୍ତାହ ହେବ ୩୮-୩୯ ଡିଗ୍ରୀ ତାପମାତ୍ରା ଦେଖିବାକୁ ମିଳିଛି l ଯାହା ଫଳରେ ଦିନ ୧୧ ଟା ପରେ ଜନସାଧାରଣ ବାହାରକୁ ବାହାରିବାକୁ ଉଚିତ ମଣୁନାହାନ୍ତି l କିନ୍ତୁ ଜରୁରୀ କାର୍ଯ୍ୟ ଥିବା ଲୋକମାନେ ପ୍ରଚଣ୍ଡ ରୌଦ୍ରତାପ ର ଶିକାର ହେଉଥିବା ଦେଖିବାକୁ ମିଳୁଛି l ବିଶେଷ କରି ନିରାକାରପୁର ଲେବୁଲ କ୍ରସିଂ ଠାରେ ୨/୩ ଟି ଟ୍ରେନ ପଛକୁ ପଛ ପାସ କରିବା ବେଳେ ଯାତ୍ରୀ ମନେ ନାହିଁ ନ ଥିବା ରୌଦ୍ରତାପ ର ଶିକାର ହେଉଛନ୍ତି l ଯାତ୍ରୀମାନଙ୍କ ତୃସା ସମସ୍ୟା ର ସାମୟିକ ନିରାକରଣ ପାଇଁ ପ୍ରଥମ ଥର ପାଇଁ ନିରାକାରପୁର ଥାନା ପକ୍ଷରୁ ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଙ୍କ ନେତୃତ୍ୱ ରେ ଆଜି ନିରାକାରପୁର ଲେବୁଲ କ୍ରସିଂ ର ଉଭୟ ପାର୍ଶ୍ୱରେ ଯାତ୍ରୀମାନେ ଅଟକି ରହିଥିବା ବେଳେ ବିଶୁଦ୍ଧ ପାଣି ବୋତଲ ଯୋଗାଇ ଦିଆଯାଇଥିଲା l ଥାନା ଅଧିକାରୀ ଙ୍କ ଏଭଳି ପ୍ରୟାସ କୁ ଅଂଚଳ ର ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି l ଏହି କାର୍ଯ୍ୟ ରେ ଏ ଏସ ଆଇ ଗୁପ୍ତ ପ୍ରସାଦ ମହାନ୍ତି, ସାବିତ୍ରୀ ସିଂ, ହାବିଲଦାର ରତ୍ନାକର ବେହେରା ଓ ଅନ୍ୟମାନେ ସହଯୋଗ କରିଥିଲେ l ମଙ୍ଗଳବାର ଠାରୁ ଥାନା ସମ୍ମୁଖରେ ଜନସାଧାରଣ ଙ୍କ ପାଇଁ ଜଳଛତ୍ର ବ୍ୟବସ୍ଥା କରାଯାଉଥିବା ସୂଚନା ମିଳିଛି l