logo
Select Language
Hindi
Bengali
Tamil
Telugu
Marathi
Gujarati
Kannada
Malayalam
Punjabi
Urdu
Oriya

ବେଗୁନିଆନାଳି ଗ୍ରାମରେ ଜନ ଭାଗୀଦାରୀ ସବସେ ଦୂର, ସବସେ ପହେଲେ ଅଭିଯାନର ଶୁଭାରମ୍ଭ

ଦେବଗଡ଼, ତା. ୧୮.୦୫.୨୦୨୬ ରିଖ :- ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ ବେଗୁନିଆନାଳି ଗ୍ରାମରେ ଜନ ଭାଗୀଦାରୀ ସବସେ ଦୂର, ସବସେ ପହେଲେ (ଆଇଆଇସି) ଅଭିଯାନର ଶୁଭାରମ୍ଭ ଆଜି ଗରିମାମୟ ଭାବରେ ଅନୁଷ୍ଠିତ ହୋଇଛି।
ପ୍ରକଳ୍ପ ପ୍ରଶାସିକା ସନ୍ଧ୍ୟା ମାଝିଙ୍କ ଆୟୋଜନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଦେବଗଡ଼ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ଆଦିବାସୀ ଏବଂ ଦୁର୍ଗମ ଅଞ୍ଚଳରେ ସରକାରୀ ଯୋଜନାମାନଙ୍କୁ ଶେଷ ମାଇଲ ପର୍ଯ୍ୟନ୍ତ ପହଞ୍ଚାଇବା, ହିତାଧିକାରୀଙ୍କ ଅଧିକାର ସୁନିଶ୍ଚିତ କରିବା ଏବଂ ଜନସଚେତନତା ବୃଦ୍ଧି କରିବା। ଜନସାଧାରଣଙ୍କ ସକ୍ରିୟ ଭାଗୀଦାରୀ ମାଧ୍ୟମରେ ତୃଣମୂଳ ସ୍ତରରେ ସରକାରୀ ସେବାର ପ୍ରସାରକୁ ଗୁରୁତ୍ୱ ଦିଆଯାଇଛି।
ଅଭିଯାନ ଅବସରରେ ଆଦି ସେବା କେନ୍ଦ୍ରରେ ଜନ ଅଭିଯୋଗ ଶୁଣାଣି ଶିବିର ଆୟୋଜନ କରାଯାଇଥିଲା। ଏଠାରେ ଗ୍ରାମବାସୀଙ୍କ ଅଭିଯୋଗ ଗ୍ରହଣ କରି ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନିଆଯାଇଥିଲା। ସେହିପରି ସ୍ୱାସ୍ଥ୍ୟ ପରୀକ୍ଷା, ଆଧାର ନାମଲେଖା ଏବଂ ବିଭିନ୍ନ ବିଭାଗ ପକ୍ଷରୁ ଲାଭ ସମ୍ପୃକ୍ତି (Benefit Saturation) ଶିବିର ଆୟୋଜନ କରାଯାଇ ଗ୍ରାମବାସୀଙ୍କୁ ସରକାରୀ ସେବା ଓ ସୁବିଧା ପ୍ରଦାନ କରାଯାଇଥିଲା। ପରବର୍ତ୍ତୀ କ୍ରମରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।
ଏହି ଅବସରରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜ, ଜିଲ୍ଲା ମଙ୍ଗଳ ଅଧିକାରୀ ଶିଶିର କୁମାର ପୁହାଣ, ଚିକିତ୍ସା ଅଧିକାରୀମାନେ, ବିଭିନ୍ନ ବ୍ଲକ ସ୍ତରୀୟ ଅଧିକାରୀ, ପଞ୍ଚାୟତ ପ୍ରତିନିଧି, ସ୍ଵୟଂ ସହାୟକ ଗୋଷ୍ଠୀ ଏବଂ ସ୍ୱେଚ୍ଛାସେବୀ ସଂଗଠନ ପ୍ରତିନିଧି ସହ ଅନେକ ଗ୍ରାମବାସୀ ଉପସ୍ଥିତ ଥିଲେ।

0
0 views

Comment